ଆଜି କେଉଁଠି କେତେ ବର୍ଷା ହୋଇଛି?

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ। ଏହା ସହିତ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

gpkandhamal

ଉମାଶଙ୍କର କହିଛନ୍ତି, ଗତ ୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୫୩୦ ମିମି. ବର୍ଷା ରେକର୍ଡ କରାଯାଇଥିବା ବେଳେ କାକଟପୁରରେ ୫୨୫ ମିମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି., କଟକ କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି. ଓ ଜଗତସିଂହପୁରର ଆଳିପିଙ୍ଗଳରେ ୩୬୪ ମି.ମି ବର୍ଷା ରେକର୍ଡ କରାଯାଇଛି।

Umasankar Adv

ପୁରୀ ଜିଲ୍ଲାରେ ୩୪୨.୫ ମିମି. ବର୍ଷା, ପୁରୀର ଗୋପରେ ୩୩୧ ମିମି. ସତ୍ୟବାଦୀରେ ୩୨୮ ମିମି., ଜଗତସିଂହପୁରର ରଘୁନାଥପୁରରେ ୩୨୩ ମିମି. ନିମାପଡ଼ାରେ ୩୦୦.୬ ମିମି. ଏବଂ ଖୋର୍ଦ୍ଧା ବାଲିପାଟଣାରେ ୨୮୦.୫ ମିମି. ବର୍ଷା ରେକର୍ଡ କରାଯାଇଥିବା ଉମାଶଙ୍କର ଦାସ କହିଛନ୍ତି।

Leave A Reply

Your email address will not be published.