ଦେଶରେ ଗତ ୨୪ ଘଣ୍ଟାରେ ୨୫,୪୦୪ ନୂତନ ସଂକ୍ରମଣ ଚିହ୍ନଟ

ନୁଆଦିଲ୍ଲୀ,ସେପ୍ଟେମ୍ବର ୧୪ : ଦେଶରେ ଟୀକାକରଣର ଗତି ବଢିବା ସହିତ ନୂତନ ସଂକ୍ରମଣ ଏବଂ କରୋନାରେ ମୃତ୍ୟୁ ହ୍ରାସ ପାଇବାରେ ଲାଗିଛି। ୨୫,୪୦୪ ନୂତନ ସଂକ୍ରମଣ ମଙ୍ଗଳବାର କ୍ରମାଗତ ତୃତୀୟ ଦିନ ପାଇଁ ୩୦,୦୦୦ ତଳେ ଭାରତରେ କରୋନା ସଂକ୍ରମଣ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୩,୩୨,୮୯,୫୭୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ୩୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୪,୪୩,୨୧୩ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ କରୋନା

gpkandhamal

ସଂକ୍ରମଣ ସଂଖ୍ୟା ୩,୬୨,୨୦୭ କୁ ହ୍ରାସ ପାଇଛି ଯାହା ବର୍ତ୍ତମାନ ମୋଟ ସଂକ୍ରମଣର ୧.୦୯% ଅଟେ। ୧୫,୦୫୮ ନୂତନ ସଂକ୍ରମଣ ସହିତ, କେରଳ ଭାରତର ଦୈନିକ କରୋନା ସଂକ୍ରମଣ ତାଲିକାରେ ସର୍ବାଧିକ ଯୋଗଦାନ ରହିଛି । 

Umasankar Adv

ସୋମବାର କରୋନା ବିରୋଧରେ ଲଢେଇକୁ ତିବ୍ର କରି ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଟୀକାକରଣରେ ଦେଶ ୭୫ କୋଟି ମାର୍କ ଅତିକ୍ରମ କରିଛି, ଏହି ସଫଳତା ହାସଲ କରିବାରେ ବିଶ୍ୱ ମଧ୍ୟରେ ଭାରତ ଦ୍ରୁତତମ । ତେବେ ଏହି ହାରରେ ବର୍ଷ ଶେଷ ସୁଦ୍ଧା ଭାରତ ଏହାର ଜନସଂଖ୍ୟାର ୪୩% କୁ ଟିକାକରଣ କରିପାରିବ। ବିଶେଷଜ୍ଞଙ୍କ ଅନୁଯାୟୀ ଆସୁଥିବା କରøାନା ତୃତୀୟ ଲହରକୁ ଏଡାଇବା ପାଇଁ ଭାରତ ଏହାର ଜନସଂଖ୍ୟାର ଅତିକମରେ ୬୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ଆବଶ୍ୟକ।

Leave A Reply

Your email address will not be published.