ବିପଦ ସଂଙ୍କେତ ଟପିଲା ବୈତରଣୀ

ଭୁବନେଶ୍ୱର,ସେପ୍ଟେମ୍ବର ୧୪ : ବିପଦ ସଂଙ୍କେତ ଟପିଲା ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଙ୍କେତ ଟପିଥିବା ସୂଚନା । ବିପଦ ସଙ୍କେତ ୧୭.୮୩ ମି ରହିଥିବା ବେଳେ ୧୭.୯୩ ଉଚ୍ଚରେ ଜଳ ପ୍ରବାହିତ ହେଉଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷଅ ହୋଇଥିବା ବେଳେ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦେଶ ଦେଇଛନ୍ତି । ତେବେ ଆହୁରି ତଳିଆ ଅଞ୍ଚଳରେ ପାଣି ଜମି ବନ୍ୟା ଆସିପାରେ, ଯଦି ଜନବସତି ପ୍ରଭାବିତ ହୁଏ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । 

gpkandhamal

ଏହା ସହିତ ଆବଶ୍ୟକ ସ୍ଥଳେ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖିବାକୁ ମଧୟ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେତୁ ପ୍ରମୁଖ ନଦୀ ଓ ସେମାନଙ୍କ ଉପନଦୀଗୁଡ଼ିକ ଫୁଲିବାରେ ଲାଗିଲେ। ମୋରାଡା, ରସଗୋବିନ୍ଦପୁର ଏବଂ ସୁଲିପଡାଠାରେ ପ୍ରବଳ ବର୍ଷା ହେତୁ ବାଲାସୋର ଜିଲ୍ଲାର ସୁବର୍ଣ୍ଣରେଖା ଅବବାହିକାର ୫.୫ ମିଟର ବିପଦ ସଙ୍କେତଠାରୁ ୫.୬ ମିଟର ଉପରେ ପ୍ରବାହିତ ହେଉଛି। ତେବେ ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରଖାର ଜଳ ସ୍ତର ବିପଦ ସଙ୍କେତ ତଳେ ରହିଛି। 

Umasankar Adv

ସେହିଭଳି ପ୍ରବଳ ବର୍ଷା ବାଲେଶ୍ୱର ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ମଧ୍ୟ ଫୁଲି ଯାଇଛି ଏବଂ ଅଖୁଆପଡା ନିକଟରେ ୧୭.୭୧ ମିଟରରେ ପ୍ରବାହିତ ହେଉଛି। ରାତିରେ ପ୍ରବଳ ବର୍ଷା ହେତୁ ବଲାଙ୍ଗିର ଜିଲ୍ଲାର ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନ୍ତର କରାଯାଇଛି ।

Leave A Reply

Your email address will not be published.