ଝିଅ ହେବା ଖୁସିରେ ମାଗଣାରେ ବାଣ୍ଟିଲେ ୫୦ହଜାର ଗୁପଚୁପ

ଭୋପାଳ, ସେପ୍ଟେମ୍ବର 13 : ଆଜିକାଲି ଲୋକମାନଙ୍କର ଝିଅ ଅପେକ୍ଷା ପୁଅ ହେଲେ ଅଧିକ ଖୁସି ସେମାନେ ହୋଇଥାନ୍ତି ଏପରିକି କିଏ କିଏ କନ଼୍ୟା ସନ୍ତାନ ଦେଖି ତାକୁ ଅଲୋଡ଼ା ମଧ୍ୟ କରିଦେଇଥାନ୍ତି । ଆପଣ ମାନେ ବେଳେ ବେଳେ ଖବର କାଗଜରେ ପଢିଥିବେ ଅଳିଆ ଗଦାରୁ ଏକ କନ୍ୟା ସନ୍ତାନ ଉଦ୍ଧାର କଥା । 

gpkandhamal

କିନ୍ତୁ ଆଜିକାଲି ସମାଜରେ ଏମିତି କିଛି ଲୋକ ଅଛନ୍ତି ତାଙ୍କର ଝିଅ ହେବା ଖୁସିରେ ମିଠା ମାଣ୍ଟୁଛନ୍ତି ତ କିଏ ମାଗଣାରେ ଖାଇବାକୁ ଦେଉଛନ୍ତି । ଠିକ୍ ସେହିପରି ଖବର ଆସିଛି ଭୋପାଳର କୋଲାର ଅଂଚଳରୁ । ଯେଉଁଠାରେ ସେ ତାଙ୍କର ଝିଅ ହେବା ଖୁସିରେ ଲୋକମାନଙ୍କୁ ମାଗଣାରେ ୫୦୦୦୦ ଗୁପଚୁପ୍ ଖାଇବାକୁ ଦେଇଛନ୍ତି । 

Umasankar Adv

ତାଙ୍କ ନାଁ ହେଉଛି ଅଂଚଲ ଗୁପ୍ତା । ଯଦିଓ ସେ ଜଣେ ଗୁପଚୁପ୍ ବେପାରୀ ତଥାପି ତାଙ୍କର ଏହି କାର୍ଯ୍ୟ ସମାଜ ପାଇଁ ଉଦାହରଣ ସାଜିଛି ଏବଂ ପୁଅ ଓ ଝିଅ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି । ତାଙ୍କର ଏହି କାର୍ଯ୍ୟକୁ ନେଇ ଅନେକ ସ୍ଥାନରୁ ପ୍ରଶଂସାର ମଧ୍ୟ ଛୁଟି ଆସିଛି । ପୁର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଝିଅ ହେବା ପାଇଁ ସେ ଅନେକ ଆଶା କରିଥିଲେ ଏପରିକି ବିଭିନ୍ନ ମନ୍ଦିରରେ ମଧ୍ୟ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲୋ

Leave A Reply

Your email address will not be published.