ବଢିଲା ସ୍କୁଲ ବନ୍ଦ ଅବଧୀ : ୧୫ ଫେବୃୟାରୀ ଯାଏଁ ଝୁଲିଲା ତାଲା, ଜାରି ରହିବ ଅନଲାଇନ ପାଠପଢା

ଉତ୍ତରପ୍ରଦେଶ ୨୭/୦୧: ଉତ୍ତର ପ୍ରଦେଶ ପୁଣିଥରେ ସ୍କୁଲ ବନ୍ଦ ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ଜାନୁଆରୀ ୩୦ପର୍ଯ୍ୟନ୍ତ ପ୍ରଶାସନ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏବେ ଏହାର ଅବଧିକୁ ବଢାଯାଇ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ କରୋନା ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ, ଅନଲାଇନ୍ କ୍ଲାସଗୁଡିକ ପୂର୍ବପରି ଜାରି ରଖିବାକୁ ଅନୁମତି ଦିଆଯାଇଛି । ସୂଚନା ଥାଉକି, ଏହାପୂର୍ବରୁ, ଦୁଇଥର ସ୍କୁଲ୍ ବନ୍ଦ ଅବଧି ବଢାଯାଇଛି । ରାଜ୍ୟରେ କରୋନା ବୃଦ୍ଧି ହେବାର ଆଶଙ୍କା ଥିବାରୁ ସ୍କୁଲଗୁଡିକ ଜାନୁଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ପରବର୍ତ୍ତୀ ସପ୍ତାହରେ ଏହାକୁ ୨୩ ଜାନୁଆରୀକୁ ଏବଂ ଦ୍ୱିତୀୟ ଥର ୩୧ ଜାନୁୟାରୀକୁ ବୃଦ୍ଧି କରାଯାଇଥିଲା । ଏବେ ତୃତୀୟ ଥର ପାଇଁ ରାଜ୍ୟ ସରକାର ଫେବୃଆରୀ ୧୫ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦେଇଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ-କଲେଜର ସେମିଷ୍ଟାର ପରୀକ୍ଷା ପୂର୍ବରୁ ସ୍ଥଗିତ ରଖାଯାଇଛି । ଜାନୁଆରୀ ୧୬ ରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖାଯାଇଛି । ଅଫଲାଇନ୍ କ୍ଲାସ୍ ପାଇଁ ଅନୁମତି ପାଇବା ପରେ ହିଁ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.