ୟୁକ୍ରେନ-ଋଷ ଯୁଦ୍ଧ ରୋକିବେ ଇମ୍ରାନ୍ ଖାନ୍

ମସ୍କୋ,୨୨/୦୨: ୟୁକ୍ରେନ୍‌-ରୁଷ ସଂକଟ ଟଳିବା ସମ୍ଭାବନା ସଂକୁଚିତ ହୋଇଚାଲିଥିବା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆସନ୍ତା ୨୩ ତାରିଖରେ ରୁଷ ଗସ୍ତ କରିବେ । ଦୁଇଦିନ ଧରି ସେଠାରେ ରହି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ପାକିସ୍ତାନ ଫେରିଯିବେ ବୋଲି କ୍ରେମ୍‌ଲିନ୍‌ ପ୍ରେସ୍‌ ସଚିବ ଦିମିତ୍ରି ପେସ୍‌କୋଭ୍‌ କହିଛନ୍ତି । ବିଗତ ୨୩ ବର୍ଷ ମଧ୍ୟରେ ଜଣେ ପାକ୍‌ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ରୁଷ ଗସ୍ତ ହେବ । ୧୯୯୯ ମାର୍ଚ୍ଚରେ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ରୁଷ ଗସ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପାକ୍‌ ଗସ୍ତ ପାଇଁ ପୁଟିନ୍‌ଙ୍କୁ ଇମ୍ରାନ୍‌ ନିମନ୍ତ୍ରଣ କରିଥିଲେ । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଇମ୍ରାନ୍‌ ରୁଷ ଗସ୍ତ କରିବେ । ତେବେ ଇମ୍ରାନ୍‌ ଏହି ଦୁଇଦିନିଆ ଗସ୍ତ କାଳରେ ୟୁକ୍ରେନ୍‌ ପ୍ରସଙ୍ଗ ଉଠାଇବେ କି ନାହିଁ, ତାହା ଜଣାପଡ଼ି ନାହିଁ ।

Leave A Reply

Your email address will not be published.