ସମସ୍ତେ ଆସନ୍ତୁ ଟିକା ନିଅନ୍ତୁ ଏବଂ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ : କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର ୧୪।୭: ବର୍ତ୍ତମାନ ହସ୍ପିଟାଲରେ ଟିକାକରଣ ଚାଲିଛି । ୧୮ରୁ ୫୯ ବୟସ ବର୍ଗର ଲୋକଙ୍କୁ ଦୈନିକ ୫ ଶହରୁ ୬ଶହ ଲୋକଙ୍କୁ ଟିକାକରଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ପୂର୍ବଭଳି ଲୋକମାନେ କରୋନାକୁ ଡରୁନାହନ୍ତି । ଟିକା ନେଲେ ଲୋକମାନେ ଗୁରୁତର ହେବେନାହିଁ । ନ ନେଇଥିଲେ ଜୀବନ ଘାତକ ହୋଇପାରେ। ସମସ୍ତେ ଆସନ୍ତୁ ଟିକା ନିଅନ୍ତୁ ଏବଂ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ। ବର୍ତ୍ତମାନ ଚତୁର୍ଥ ଲହର ଚାଲିଛି। ବଢ଼ିଚାଲିଛି ଆଗକୁ ମଧ୍ୟ ବଢିବ। ଆଗକୁ ସତର୍କ ହେବାକୁ ପଡ଼ିବ। ଏଇଟା ହିଁ ସତର୍କ ରହିବାର ସମୟ । ଏହି ସମୟରେ ବେଶୀ ସମୟ ବୁଲାବୁଲି ନକରିବା, ଦୋକାନ ବଜାର ବେଶୀ ଥର ନଯିବା, ମାକ୍ସ ପିନ୍ଧି ବୁଲିବା ଆଦି ଗାଇଡ୍ ଲାଇନ୍ ମାନିବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.