ବାହୁଡ଼ିବା ପାଇଁ ପ୍ରସ୍ତୁତି, ତିନି ରଥର ହେଲା ଦକ୍ଷିଣ ମୋଡ

ପୁରୀ : ବାହୁଡ଼ିବା ପାଇଁ ପ୍ରସ୍ତୁତି । ତିନି ରଥର ହେଲା ଦକ୍ଷିଣ ମୋଡ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଲାଗିଲା ତିନି ରଥ । ରାତି ହୋଇଯିବାରୁ ଗତକାଲି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇନଥିଲା । ଆଜି ନନ୍ଦିଘୋଷ ରଥକୁ ଟଣାଯାଇ ଦକ୍ଷିଣମୋଡ କରାଯାଇଛି । ଗତକାଲି ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜର ଦକ୍ଷିଣ ମୋଡ଼ କରାଯାଇଥିଲା । ବର୍ଷାରେ ଭିଜି ଭିଜି ରଥକୁ ଟାଣି ନେଇଥିଲେ ପୋଲିସ କର୍ମଚାରୀ । ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା କାଲି ସନ୍ଧ୍ୟା ୫ଟା ଯାଏ ଆଡପ ଦର୍ଶନ କରି ପାରିବେ ଭକ୍ତ । ପ୍ରବଳ ବର୍ଷା ସତ୍ତ୍ୱେ ବି ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି ।

Leave A Reply

Your email address will not be published.