Twitterରେ ମିଳିଲା ଇନ୍‌ଷ୍ଟାଗ୍ରାମ ଫିଚର, ଟ୍ଵିଟ୍‌ କରି ସୂଚନା ଦେଲେ ଏଲନ୍‌ ମସ୍କ

Twitterରେ ଆସିଲା ନୂଆ ଫିଚର । ଏଲନ୍‌ ମସ୍କ ଟ୍ଵିଟ୍‌ କରି ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ୟୁଜର୍ସ ଭିଡିଓକୁ ଡାଉନ ସ୍ୱାଇପ କରି ଲଗାତାର ଭାବେ ଦେଖି ପାରିବେ । ଅର୍ଥାତ ଆପଣ ଇନ୍‌ଷ୍ଟାଗ୍ରାମରେ ଯେପରି ରିଲ୍ସ ସ୍ୱାଇପ କରି ଦେଖୁଛନ୍ତି, ଠିକ ସେହିପରି ବର୍ତ୍ତମାନ ଆପଣ ଘଣ୍ଟା ଘଣ୍ଟା Twitterରେ ଭିଡିଓ ସ୍ୱାଇପ କରି ଦେଖିପାରିବେ । ଏଲନ୍‌ ମସ୍କ ନିକଟରେ ହିଁ Twitter ୟୁଜର୍ସଙ୍କୁ ଇନ୍‌ଷ୍ଟାଗ୍ରାମ ଭଳି ଏକ ଫିଚର ଦେଇଛନ୍ତି ଯାହାର ନାମ ହେଉଛି Highlight tweet । ବର୍ତ୍ତମାନ ୟୁଜର୍ସମାନେ ନିଜ ପସନ୍ଦ ଟ୍ଵିଟ୍‌କୁ ପ୍ରୋଫାଇଲର ଟପ୍‌ରେ ହାଇଲାଇଟ କରି ପାରିବେ । ଏଥିପାଇଁ ଆପଣ ନିଜ ପ୍ରୋଫାଇଲ କୁ ଯାଇ ସେହି ଟ୍ଵିଟ୍‌କୁ ବାଛିବା ପାଇଁ ପଡ଼ିବ ଯାହାକୁ ଆପଣ ପ୍ରୋଫାଇଲ ଟପ୍‌ରେ ରଖିବାକୁ ଚାହୁଁଛନ୍ତି । ହାଇଲାଇଟ କରିଥିବା ସମସ୍ତ ଟ୍ଵିଟ୍ସ ‘Highlighted Tweet’ ଅପ୍ସନରେ ଥିବା ନଜର ଆସିବ । ଏଭଳି ଫିଚର ଇନ୍‌ଷ୍ଟାଗ୍ରାମରେ ଥାଏ ଯାହା ଦ୍ୱାରା ୟୁଜର୍ସ ନିଜ ପସନ୍ଦ ଫଟୋ କିମ୍ବା ଭିଡିଓକୁ ପ୍ରୋଫାଇଲ ଟପ୍‌ରେ ହାଇଲାଇଟ କରିପାରନ୍ତି ।ଅନ୍ୟପଟେ ଜଣେ Twitter ୟୁଜର, ଏଲନ୍‌ ମସ୍କଙ୍କୁ ସ୍ମାର୍ଟ ଟିଭି ପାଇଁ ଏକ ଭିଡିଓ ଆପ ଆଣିବା ପାଇଁ କହିଥିଲେ । ଏହାର ଉତ୍ତରରେ ଏଲନ୍‌ ମସ୍କ ଖୁବଶୀଘ୍ର ଏଭଳି ଆପ ଆସିବ ବୋଲି କହିଥିଲେ । ଅର୍ଥାତ ଖୁବଶୀଘ୍ର ସ୍ମାର୍ଟ ଟିଭିରେ ଭିଡିଓ ଆପ ଆସିବ ଯେଉଁଥିରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଦେଖିପାରିବେ ।ଏଲନ୍‌ ମସ୍କ Twitter ମାଲିକ ହେବା ସହ Twitter ରେ ତାଙ୍କୁ ସବୁଠାରୁ ଅଧିକ ଲୋକ ଫୋଲୋ କରୁଛନ୍ତି । ତାଙ୍କୁ ୧୪୨ ମିଲିୟନ ଲୋକ ଫୋଲୋ କରୁଥିବାବେଳେ ସେ ମାତ୍ର ୩୩୯ ଜଣଙ୍କୁ ଫୋଲୋ କରୁଛନ୍ତି । ତାଙ୍କ ସବସ୍କ୍ରାଇବର୍ସଙ୍କ ସଂଖ୍ୟା ମାତ୍ର ୮୮ ରହିଛି ।

Leave A Reply

Your email address will not be published.