ସିଂହମ୍ ଏଗେନ – ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ

ଡେସ୍କ: ନବରାତ୍ରୀର ପ୍ରଥମ ଦିନ ଅବସରରେ ଆଗାମୀ ଆକ୍ସନ୍ ଫିଲ୍ମ ‘ସିଂହମ୍ ଏଗେନ’ର ନିର୍ମାତା ଶକ୍ତି ଶେଟ୍ଟୀ ଭାବରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଉନ୍ମୋଚନ କରିଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, “ନାରୀ ଶକ୍ତିକା ଭି ରୂପ ହେ ଔର ଦୁର୍ଗାକା ଭି…ମିଟ ଦ ମୋଷ୍ଟ ବୃଟାଲ ଆଣ୍ଡ ଭାୟୋଲେଣ୍ଟ ଅଫିସର ଅଫ ଆୱାର କୋପ ୟୁନିଭର୍ସ…ଶକ୍ତି ସେଟ୍ଟୀ…ମାଇଁ ଲେଡି ସିଂହମ…ଦୀପିକା ପାଦୁକୋନ।”

ପୋଷ୍ଟରରେ ଦୀପିକା ପ୍ରଥମ ଥର ପାଇଁ ପୁଲିସ ୟୁନିଫର୍ମ ପିନ୍ଧିଛନ୍ତି। ସେ ଏକ ଜଳୁଥିବା ଗାଡି ସାମ୍ନାରେ ବସିଛନ୍ତି ଏବଂ ଜଣେ ବ୍ୟକ୍ତିର ପାଟିରେ ବନ୍ଧୁକ ରଖିଛନ୍ତି। ଦ୍ୱିତୀୟ ପୋଷ୍ଟରେ ଦୀପିକା ହାତରେ ବନ୍ଧୁକ ଧରି ମୁହଁରେ ହସ ଫୁଟାଇଥିବାର ନଜର ଆସିଛନ୍ତି।

Umasankar Adv
gpkandhamal

ରୋହିତ ଶେଟ୍ଟୀଙ୍କ ନୂଆ ଫିଲ୍ମରେ ଦୀପିକା ଜଣେ ପୁଲିସ ଅଫିସର ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ନଜର ଆସିବେ। ରୋହିତ ପ୍ରଥମ ଲୁକ୍ ଛାଡିବାର କିଛି ସମୟ ପରେ ପ୍ରଶଂସକମାନେ ମତାମତ ଦେବା ଆରମ୍ଭ କରିଦେଇଛନ୍ତି।

ଏହି ପୋଷ୍ଟ ଉପରେ ରଣଵୀର ସିଂ ମନ୍ତବ୍ୟ ଦେଇଛନ୍ତି, “ରେ ଦେବା, ଆଲିରେ ଆଲି। ରୋହିତ ଶେଟ୍ଟୀଙ୍କ ‘ସିଂହମ୍ ଏଗେନ’ରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ୍ ଏବଂ କରୀନା କପୁର ଖାନ୍ ମଧ୍ୟ ଅଭିନୟ କରିଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଏହା ମୁକ୍ତିଲାଭ କରିବ।

Leave A Reply

Your email address will not be published.