ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ

କଲକାତା  : ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଦିନିକିଆ ୪୯ ଶତକ ସହ ସମକକ୍ଷ ହୋଇଛନ୍ତି। ରବିବାର କଲକାତାର ଇଡେନଗାର୍ଡେନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ସହ ଏହି ଉପଲବ୍ଧି ହାସଲ କରିଛନ୍ତି। ଦିନିକିଆରେ ୪୯ ଶତକ କରିବା ପରେ ବିରାଟଙ୍କୁ ସଚିନ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସଚିନ କହିଛନ୍ତି ଯେ, ​ମୋତେ ୪୯ରୁ ୫୦ ଶତକରେ ପହଞ୍ଚିବା ଲାଗି ୩୬୫ଦିନ ଲାଗିଥିଲା । ମୋର ଆଶା ତୁମେ ୪୯ରୁ ୫୦ରେ ଶୁବଶୀଘ୍ର ପହଞ୍ଚିବ। ତୁମକୁ ଅଭିନନ୍ଦନ ବୋଲି ସଚିନ କହିଛନ୍ତି। ସୂଚନାଯୋଗ୍ୟ, ସଚିନ ଦିନିକିଆରେ ୪୯ ଓ ଟେଷ୍ଟରେ ୫୧ଟି ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.