ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର

ଭୁବନେଶ୍ବର : ଦେଶର ପ୍ରାୟ ୧୩୧ଟି ସହରର ଏବେ ବାୟୁ ପ୍ରଦୂଷଣ ବଳୟ ଭିତରେ ରହିଥିବାବେଳେ ଓଡ଼ିଶାର ୭ଟି ସହର ରହିଛି। ରାଜଧାନୀ ଭୁବନେଶ୍ବରର ବାୟୁ ପ୍ରଦୂଷଣ ହାର ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ଲୋକେ ସଚେତନ ନ ହେଲେ ଆଗାମୀ ଦିନରେ ଏହା ଏକ ଆହ୍ବାନ ସୃଷ୍ଟି କରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଗକୁ ଦୀପାବଳି ଥିବାରୁ ଏଠାରେ ଦିଲ୍ଲୀ ପରି ସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପରିବେଶବିତ୍ ସତର୍କ କରାଇ ଦେଇଛନ୍ତି। ଏଣୁ ପ୍ରଦୂଷଣ ହାର କିଭଳି ୨୦ପ୍ରତିଶତ ହ୍ରାସ କରାଯାଇ ପାରିବ ତାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶନିବାର ତଥ୍ୟ ଅନୁଯାୟୀ, ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ମାନକ ୯୧ ରହିଥିବାବେଳେ ରାଉରକେଲାରେ ୮୧, କଟକରେ ୬୦ ଏବଂ ନୟାଗଡ଼ରେ ୫୧ ରହିଛି। ଆଗକୁ ଶୀତ ଦିନ ସହିତ ଦୀପାବଳି ରହିଛି। ଯଦି ଲୋକେ ଏଥିପ୍ରତି ସଚେତନ ନ ହୁଅନ୍ତି ତେବେ ପ୍ରଦୂଷଣ ହାର ବହୁ ଗୁଣ ବୃଦ୍ଧି ପାଇବ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ରାଜଧାନୀରେ ପ୍ରାୟ ସାଢ଼େ ୮ଲକ୍ଷ ଲୋକ ବାସ କରୁଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୧୧ ଲକ୍ଷ ଟପିଲାଣି। ଏହି ୧୨ବର୍ଷ ମଧ୍ୟରେ ରାଜଧାନୀରେ ପ୍ରାୟ ୩୦ଲକ୍ଷ ଗାଡ଼ି କିଣାଯାଇଛି। ରାଜଧାନୀର ଲୋକଙ୍କ ଅନୁପାତରେ ମୁଣ୍ଡପିଛା ପ୍ରାୟ ୩ଟି ଗାଡ଼ି ପଡୁଛି। ଯାନବାହନରୁ ନିର୍ଗମନ ହେଉଥିବା କାର୍ବନ ଧୂଆଁ ପରିବେଶକୁ ଅଧିକ ଜଟିଳ କରୁଛି।ଭୁବନେଶ୍ବର : ଦେଶର ପ୍ରାୟ ୧୩୧ଟି ସହରର ଏବେ ବାୟୁ ପ୍ରଦୂଷଣ ବଳୟ ଭିତରେ ରହିଥିବାବେଳେ ଓଡ଼ିଶାର ୭ଟି ସହର ରହିଛି। ରାଜଧାନୀ ଭୁବନେଶ୍ବରର ବାୟୁ ପ୍ରଦୂଷଣ ହାର ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ଲୋକେ ସଚେତନ ନ ହେଲେ ଆଗାମୀ ଦିନରେ ଏହା ଏକ ଆହ୍ବାନ ସୃଷ୍ଟି କରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଗକୁ ଦୀପାବଳି ଥିବାରୁ ଏଠାରେ ଦିଲ୍ଲୀ ପରି ସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପରିବେଶବିତ୍ ସତର୍କ କରାଇ ଦେଇଛନ୍ତି। ଏଣୁ ପ୍ରଦୂଷଣ ହାର କିଭଳି ୨୦ପ୍ରତିଶତ ହ୍ରାସ କରାଯାଇ ପାରିବ ତାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶନିବାର ତଥ୍ୟ ଅନୁଯାୟୀ, ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ମାନକ ୯୧ ରହିଥିବାବେଳେ ରାଉରକେଲାରେ ୮୧, କଟକରେ ୬୦ ଏବଂ ନୟାଗଡ଼ରେ ୫୧ ରହିଛି। ଆଗକୁ ଶୀତ ଦିନ ସହିତ ଦୀପାବଳି ରହିଛି। ଯଦି ଲୋକେ ଏଥିପ୍ରତି ସଚେତନ ନ ହୁଅନ୍ତି ତେବେ ପ୍ରଦୂଷଣ ହାର ବହୁ ଗୁଣ ବୃଦ୍ଧି ପାଇବ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ରାଜଧାନୀରେ ପ୍ରାୟ ସାଢ଼େ ୮ଲକ୍ଷ ଲୋକ ବାସ କରୁଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୧୧ ଲକ୍ଷ ଟପିଲାଣି। ଏହି ୧୨ବର୍ଷ ମଧ୍ୟରେ ରାଜଧାନୀରେ ପ୍ରାୟ ୩୦ଲକ୍ଷ ଗାଡ଼ି କିଣାଯାଇଛି। ରାଜଧାନୀର ଲୋକଙ୍କ ଅନୁପାତରେ ମୁଣ୍ଡପିଛା ପ୍ରାୟ ୩ଟି ଗାଡ଼ି ପଡୁଛି। ଯାନବାହନରୁ ନିର୍ଗମନ ହେଉଥିବା କାର୍ବନ ଧୂଆଁ ପରିବେଶକୁ ଅଧିକ ଜଟିଳ କରୁଛି।

Leave A Reply

Your email address will not be published.