ନବମ ମ୍ୟାଚରେ ବି ଜିତିଲା ଭାରତ, ୧୬୦ ରନରେ ହାରିଲା ନେଦରଲ୍ୟାଣ୍ଡସ

ଡେସ୍କ: ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପରେ ଭାରତ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୪ ୱିକେଟ୍ ବିନିମୟରେ ୪୧୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡସ ଦଳ ୪୭.୫ ଓଭରରେ ୨୫୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲେ।

gpkandhamal

ଭାରତ ପାଇଁ କେ.ଏଲ୍ ରାହୁଲ ୬୪ଟି ବଲରେ ୧୦୨ ରନ ଏବଂ ଶ୍ରେୟାସ ଆୟର ୯୪ଟି ବଲରେ ଅପରାଜିତ ୧୨୮ ରନ ସ୍କୋର କରିଥିଲେ। ଏଥି ସହ କେ.ଏଲ୍ ରାହୁଲ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବିଶ୍ୱକପରେ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିଛନ୍ତି। ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ବୁଧବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୬ ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।

Umasankar Adv
Leave A Reply

Your email address will not be published.