ଜନଜାତି ସଂସ୍କୃତିକୁ ସମୃଦ୍ଧ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ଡେସ୍କ: ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର। ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି। ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂସ୍କୃତିର ସୁରକ୍ଷା ବିନା ବିକାଶରେ ମହକ ଆସେ ନାହିଁ। ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଜନଜାତୀୟ ଗୌରବ ଦିବସ ଅବସରରେ ୯ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଜନଜାତି ଜନଜାତି ସାଂସ୍କୃତିକ ଦଳଗୁଡିକୁ ବାଦ୍ୟଯନ୍ତ୍ର ଏବଂ ନୃତ୍ୟ ପୋଷାକ ଓ ଆଭୂଷଣ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନଜାତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ୟ୍ୟକୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରିଛନ୍ତି।

gpkandhamal

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଜପତିରୁ ୨୭ଟି କଳାକାର ସଂଗଠନକୁ ସାମଗ୍ରୀ ବଣ୍ଟନ କରିଛନ୍ତି। ସମୁଦାୟ ୧୮୯୧ଟି ଗାୟକ ଦଳକୁ ୭ କୋଟି ୪୯ ଲକ୍ଷ ଟଙ୍କାର ବାଦ୍ୟଯନ୍ତ୍ର ଓ ୮୧୮ଟି ନୃତ୍ୟ ଦଳ ପାଇଁ ୧୧ କୋଟି ୬୩ ଲକ୍ଷ ଟଙ୍କାର ପୋଷାକ ବଣ୍ଟନ କରାଯାଇଛି। ଏଥିରେ ୨୭୦୯ ଆଦିବାସୀ ଦଳର ୬୭ ହଜାର ୫ ଶହ ଆଦିବାସୀ ଉପକୃତ ହେବେ।

Umasankar Adv

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଜନଜାତିଙ୍କ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବର୍ତ୍ତମାନ ଏଥିରେ ୨୩ଟି ଜିଲ୍ଲା ସାମିଲ କରାଯାଇଛି। ଚଳିତ ବର୍ଷ ଏସଡିସିକୁ ୩୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ୧୭୫ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ୬୦ଟି ଆଦିବାସୀ ଜନଜାତି ସାଂସ୍କୃତିକ କ୍ଲବ ଗୁଡିକୁ ପ୍ରାୟ ୩ ହଜାରରୁ ଅଧିକ ପୋଷାକ ଓ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯାଇଛି। ଜନଜାତି କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ ଏହାର ଉପଯୋଗ କରି ଆମ ସଂସ୍କୃତିର ପ୍ରଚାର ପ୍ରସାର କରି ଓଡିଶାର ଗୌରବକୁ ଆହୁରି ଆଗକୁ ବଢାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.