ବର୍ଷିୟାନ ଅଭିନେତା ଜୁନିୟର ମେହମୁଦଙ୍କ ପରଲୋକ

ମୁମ୍ବଇ: ଆଉ ନାହାନ୍ତି ବଲିଉଡ଼ର ବର୍ଷିୟାନ ଅଭିନେତା ଜୁନିୟର ମେହମୁଦ। ପାକସ୍ଥଳୀ କର୍କଟ ସହ ଲଢୁଥିବା ଅଭିନେତା ଗୁରୁବାର ବିଳମ୍ବିତ ରାତିରେ ୬୭ ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ପାକସ୍ଥଳୀ କର୍କଟ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ମିଳିଥିବା ସୂଚନା ମୁତାବକ, ମୁମ୍ବଇସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ପରେଲର ଟାଟା ମେମୋରିଆଲ ହସ୍ପିଟାଲରେ ସେ ଚିିକିତ୍ସିତ ହେଉଥିଲେ, କିନ୍ତୁ କର୍କଟ ଯୁଦ୍ଧରେ ଶେଷରେ ସେ ହାରି ଯାଇଛନ୍ତି। ତାଙ୍କ ମୃତ୍ୟୁ ଖବର ବଲିଉଡ଼ ଶିଳ୍ପରେ ଶୋକର ଛାୟା ଖେଳାଇ ଦେଇଛି। ଅନେକ ବରିଷ୍ଠ ଅଭିନେତା ତାଙ୍କ ବାସଭବନରେ ପହଞ୍ଚି ଜୁନିୟର ମେହମୁଦଙ୍କ ଶେଷ ଦର୍ଶନ କରିଛନ୍ତି।

gpkandhamal

ସୂଚନରଯୋଗ୍ୟ, ୧୯୫୬ ମସିହା ନଭେମ୍ବର ୧୫ରେ ଜନ୍ମିତ ଜୁନିଅର ମେହମୁଦଙ୍କ ପ୍ରକୃତ ନାଁ ହେଉଛି ନଇମ୍‌ ସୟେଦ୍‌। ଜୁନିୟର ମେହମୁଦ ‘ହାତୀ ମେରେ ସାଥୀ’, ‘କାରୱାଁ’ ଓ ‘ମେରା ନାମ ଜୋକର’ ସମେତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Umasankar Adv
Leave A Reply

Your email address will not be published.