ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର ।

gpkandhamal

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦେବୀ ମିଶ୍ର କହିଛନ୍ତି, ୫ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ ।

Umasankar Adv

ସୂଚନାଥାଉ କି, ପ୍ରଶାସନିକ ସେବାରୁ ସ୍ୱେଚ୍ଛକୃତ  ଅବସର ନେବା ପରେ ପାଣ୍ଡିଆନଙ୍କୁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆ ଯାଇଥିଲା । ଏହା ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ବିଜେଡିରେ ମିଶିଥିଲେ । ସେବେଠାରୁ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢିବେ ବୋଲି କୁହାଯାଇ ଆସୁଥିଲା । ହେଲେ ସବୁ ହିସାବର ପୂର୍ଣ୍ଣଚ୍ଛେଦ ପକାଇ ଦଳ ପକ୍ଷରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.