ଷ୍ଟକବଜାରରେ ବଡ଼ ଧରଣର ହ୍ରାସ, ସେନସେକ୍ସ ୯୩୦ ପଏଣ୍ଟ କମିଲା, ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି

ମୁମ୍ବାଇ: ବୁଧବାର ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛନ୍ତି । ନିବେଶକଙ୍କ ଦ୍ବାରା ପ୍ରଫିଟ୍ ବୁକିଂ ଯୋଗୁଁ ଏହି ହ୍ରାସ ଦେଖାଦେଇଛି । ସେନସେକ୍ସ ୯୩୦ ପଏଣ୍ଟ ହ୍ରାସ ପାଇ ୭୦୫୦୦ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟି ୩୦୩ ପଏଣ୍ଟ ହ୍ରାସ ପାଇ ୨୧୧୫୦ ପଏଣ୍ଟରେ ବନ୍ଦ ହୋଇଛି । ଦିନ ମଧ୍ୟରେ ସେନସେକ୍ସ ୧୩୦୦ ପଏଣ୍ଟ ପର୍ଯ୍ୟନ୍ତ ଖସିଯାଇଥିଲା ।

gpkandhamal

ସେୟାର ବଜାରରେ ବ୍ୟାପକ ହ୍ରାସ ପରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ବିଏସଇର ମାର୍କେଟ କ୍ୟାପ ପୂର୍ବ ଅଧିବେଶନରେ ୩୫୯.୧୩ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୩୫୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

Umasankar Adv

ଆଜିର କାରବାରରେ ଇଣ୍ଡିଆବୁଲ୍ସ ହାଉସିଂ ୧୧.୪୬ ପ୍ରତିଶତ, ଇଣ୍ଡସ ଟାୱାର ୮.୪୯ ପ୍ରତିଶତ, ପିରାମଲ ଏଣ୍ଟରପ୍ରାଇଜେସ୍ ୮.୧୫ ପ୍ରତିଶତ, ଇଣ୍ଡିଆ ସିମେଣ୍ଟ୭.୮୧ ପ୍ରତିଶତ, ଆଇଆରସିଟିସି ୭.୪୮ ପ୍ରତିଶତ, ନାଲକୋ ୭.୯୯ ପ୍ରତିଶତ, ଆରଇସି ୭.୨୫ ପ୍ରତିଶତ ହ୍ରାସ ପାଇଛି। ଏତଦ୍ ବ୍ୟତୀତ ପାୱାର ଫାଇନାନ୍ସ୬.୬୮ ପ୍ରତିଶତ, ବିଏଚଇଏଲ୍ ୭.୨୫ ପ୍ରତିଶତ ହ୍ରାସ ପାଇଛି ।

Leave A Reply

Your email address will not be published.