ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲାରେ ୪ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅନ୍ୟମାନଙ୍କ ଡିପ୍‌ଫେକ୍‌ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭି‌ଯୁକ୍ତଙ୍କୁ ଏବେ ବି ଖୋଜା ଚାଲିଛି ବୋଲି ପ୍ରକାଶ କରିଛି। ତେବେ ଗିରଫ ହୋଇଥିବା ଲୋକଙ୍କୁ ଧରିବା ପାଇଁ ପୁଲିସକୁ ପ୍ରାୟ ଏକ ମାସ ସମୟ ଲାଗିଛି। ଯେତେବେଳେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ପ୍ରତି ରିପୋର୍ଟରୁ ଜଣାପଡିଛି ଯେ ଭିଡିଓ ଅପଲୋଡ୍ କରିବାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ବୁଧବାର ଦିଲ୍ଲୀ ପୁଲିସ ଚିହ୍ନଟ କରିଛି। ଏହି ବିବାଦ ମଧ୍ୟରେ, ରଶ୍ମିକା ଇଣ୍ଡଷ୍ଟ୍ରିରେ ଥିବା ତାଙ୍କ ସାଙ୍ଗମାନଙ୍କଠାରୁ ବହୁତ ସମର୍ଥନ ପାଇଥିଲେ

Umasankar Adv

ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ଏହା ଉପରେ କଟକଣା ଲଗାଇବା ବିଷୟରେ କହିଥିଲେ। ଏଥି ସହିତ ମୃଣାଲ ଠାକୁର, ନାଗା ଚୈତନ୍ୟ ଏବଂ ଚିନ୍ମୟୀ ଶ୍ରୀପଦାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଏହି ଅଭିନେତ୍ରୀଙ୍କୁ ସମର୍ଥନ କରିଥିଲେ। ସେହି ଭିଡିଓକୁ ମଧ୍ୟ ନିନ୍ଦା କରିଥିଲେ।

ସେହି ଭିଡିଓ ଉପରେ ରଶ୍ମିକା ମନ୍ଦାନା ପ୍ରତିକ୍ରିୟା ରଖି କହିଥିଲେ, ‘‘ମୁଁ  ପ୍ରକୃତରେ ବହୁତ ଖରାପ ଅନୁଭବ କରୁଛି। ମୁଁ ମୋର ଡିପ୍‌ ଫେକ୍‌ ଭିଡିଓ ଅନଲାଇନରେ ବିସ୍ତାର ହେବା ବିଷୟରେ ଏତିକି କହିବି ଯେ ଏହା କେବଳ ମୋ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ବିପଦ।’’

Leave A Reply

Your email address will not be published.