ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ପତ୍ର ବଣ୍ଟନ

ଫୁଲବାଣୀ:ଅଯୋଧ୍ୟାରୁ ଆସିଥିବା ଦକ୍ଷତ ଓ ନିମନ୍ତ୍ରଣ ପତ୍ର ବଂଟନ କାର୍ଯ୍ୟକ୍ରମ ଫୁଲବାଣୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥ ମନ୍ଦିରରେ ଏହି ନିମନ୍ତ୍ରଣ ଦେବା ସହିତ ପରେ ପର ଦଧିବାବନ ମନ୍ଦିର , ରାମ ମନ୍ଦିରରେ ଦିଆଯାଇଥିଲା। ପରେ ପରେ କନ୍ଧମାଳ ଜିଲାପାଳ ଓ ଅତରିକ୍ତ ଜିଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘର କର୍ମକର୍ତ୍ତା ମାନେ ଏହି ଦକ୍ଷତା ଓ ନିମନ୍ତ୍ରଣ ପତ୍ର ବଂଟନ କରିଥିଲେ ଏବେ ଏଥିରେ ରମେଶ ମହାନ୍ତି , ଶଙ୍କର ବେହେରା , ଟି.ଶିବା ପାତ୍ର , ପଞ୍ଚୁ ପାତ୍ର , ଗୋବିନ୍ଦ ନାୟକ , ମୃତୁଞ୍ଜୟ ମିଶ୍ର , କାଳି ଚାରଣ ସାହୁ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.