ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଆତଙ୍କବାଦୀ ଘୋଷିତ

ଚଣ୍ଡିଗଡ଼: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେମାବାର ଆତଙ୍କବାଦୀ ଘୋଷଣା କରିଛି। ଏହା ପୂର୍ବରୁ ଲଖବୀର ସିଂହ ଲଣ୍ଡାକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଦୁହେଁ କାନାଡ଼ାରେ ଲୁଚି ରହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଅଧିନିୟମ(ୟୁଏପିଏ) ଆଧାରରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

gpkandhamal

ଗୋଲ୍ଡି ବ୍ରାର ପଞ୍ଜାବରେ ଚୋରା ଚାଲାଣ ଏବଂ ସୀମା ପାର୍‌ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ କାରବାରରେ ଜଡ଼ିତ। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଖାସ୍‌ ସହଯୋଗୀ ହେଉଛି ଗୋଲ୍ଡି ବ୍ରାର। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ଗୋଲ୍ଡି। ସିଦ୍ଧୁଙ୍କ ହତ୍ୟା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ଗୋଲ୍ଡି ନିଜକୁ ଦାୟୀ କରିଥିଲା।

Umasankar Adv
Leave A Reply

Your email address will not be published.