ନିଖିଳ ଉତ୍କଳ ଖଡୁରା ସମାଜ, ଫୁଲବାଣୀ ତରଫରୁ ନ୍ଧମାଳ ଜିଲ୍ଲାସ୍ତରୀୟ ବୈଠକ, ପହିଲି ଭୋଗ ନୀତି, ଜିଲ୍ଲା ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ନିଖିଳ ଉତ୍କଳ ଖଡୁରା ସମାଜ, ଫୁଲବାଣୀ ତରଫରୁ ସ୍ଥାନୀୟ ଡ୍ରିମ୍ ଲ୍ୟାଣ୍ଡ ହୋଟେଲ ଠାରେ କନ୍ଧମାଳ ଜିଲ୍ଲାସ୍ତରୀୟ ବୈଠକ, ପହିଲି ଭୋଗ ନୀତି, ଜିଲ୍ଲା ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜ ର ସଭାପତି ଶ୍ରୀ ଯୁକ୍ତ ଅର୍ଜୁନ ସେନାପତି ସଭାପତିତ୍ବ କରିଥିଲେ l

gpkandhamal

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ରାଜ୍ୟ ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଶ୍ରୀ ଯୁକ୍ତ ଗିରିଶ ଚନ୍ଦ୍ର ନାୟକ, ଉପ ସଭାପତି ଶ୍ରୀଯୁକ୍ତ ପ୍ରଫେସର୍ ଟହଲୁ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଉପଦେଷ୍ଟା ଶ୍ରୀଯୁକ୍ତ ଭିକାରୀ ଚରଣ ମହାପାତ୍ର ଓ ଶ୍ରୀଯୁକ୍ତ ସନ୍ୟାସୀ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଯୋଗେନ୍ଦ୍ର ନାୟକ, ଶ୍ରୀଯୁକ୍ତ ବିଶ୍ୱଜିତ୍ ପାତ୍ର, ଶ୍ରୀଯୁକ୍ତ ରବୀନ୍ଦ୍ର ସୁବୁଦ୍ଧି, ଶ୍ରୀଯୁକ୍ତ ଯୋଗେନ୍ଦ୍ର ସେନାପତି, ଶ୍ରୀଯୁକ୍ତ ପୀତବାସ ସାହୁ, ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାପାତ୍ର, ଭୁବନେଶ୍ଵର ଖଡୁରା ସମାଜ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସୁବୁଦ୍ଧି, ଉପସଭାପତି ଶ୍ରୀଯୁକ୍ତ ସିମlଞ୍ଚଳ ନାୟକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ, ସହ ସମ୍ପାଦକ ଶ୍ରୀ ଯୁକ୍ତ ଶରତ କୁମାର ନାୟକ, ସମ୍ବଲପୁର ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଶ୍ରୀଯୁକ୍ତ ବିଦେଶୀ ନାୟକ , ସଭ୍ୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ଖେମୁଣ୍ଡୀ ପେଣ୍ଠର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାପାତ୍ର, ବାଲିଗୁଡା ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଶ୍ରୀଯୁକ୍ତ ସନ୍ୟାସୀ ନାୟକ, ସହ ସମ୍ପାଦକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ନାୟକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ୟାସୀ ନାୟକ, ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଶ୍ରୀଯୁକ୍ତ ଅର୍ଜୁନ ସେନାପତି, ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ର ସୁବୁଦ୍ଧି ଯୋଗଦେଇଥିଲେ l

Umasankar Adv

ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଓ ବାଲିଗୁଡ଼ା ନିଖିଳ ଉତ୍କଳ ଖଡୁରା ସମାଜର ୧୪୦ ପରିବାରର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ନିଖିଳ ଉତ୍କଳ ଖଡୁରା ସମାଜ କନ୍ଧମାଳ ଜିଲ୍ଲା ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ଶ୍ରୀ ସଞ୍ଜୀବ କୁମାର ନାୟକ ଙ୍କୁ ମନୋନୀତ କରାଗଲା l ଗତ ଅଗଷ୍ଟ ୧୫ରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ରକ୍ତଦାନ କରି ଥିବା ରକ୍ତ ଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ସହ ସମ୍ପାଦକ ଶ୍ରୀ ସଞ୍ଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ, ସଭାପତି ଶ୍ରୀଯୁକ୍ତ ଅର୍ଜୁନ ସେନାପତି ସଭା ସାଙ୍ଗ କରିଥିଲେ l ଏହା ପରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ l

Leave A Reply

Your email address will not be published.