ବରିଷ୍ଠ ନାଗରିକଙ୍କ ପାଇଁ ସାଇବର ସଙ୍କଟ ଓ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଓ ଡି ଡ଼ି ସି ବ୍ୟାଙ୍କ. ଫୁଲବାଣୀ ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶକୁନ୍ତଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି କମଳାକାନ୍ତ ପାଣ୍ଡେ, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ, ଉପସଭାପତି ନବକିଶୋର ରଥ ଓ କେ. ଜ୍ଞାନ କୁମାର ଦୋରା, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ, ଓ ଗଭାର୍ନିଙ୍ଗ ବଡ଼ି ର ସଦସ୍ୟ ଅରୂପ କୁମାର ଜେନା ପରିଚାଳନା କରିଥିଲେ। ମାନବ ଜୀବନରେ ଇଣ୍ଟେର୍ନେଟ ବହୁଳ କ୍ଷେତ୍ରରେ ସମସ୍ୟାର କାରଣ ପାଲିଟିଛି। ବିଭିନ୍ନ ଭାଇରସ ଦ୍ୱାରା ଶତୃପକ୍ଷ ଙ୍କ ଆକ୍ରମଣ ସାଙ୍ଗକୁ ଡାଟା ଚୋରି, ଅନଲାଇନ ଠକାଇ ଦିନକୁଦିନ ମହାମାରୀର କାୟା ବିସ୍ତାର କରିଲାଣି।କମ୍ପୁଟର ପରେ ସ୍ମାର୍ଟଫୋନ ରେ ଏହି ସାଇବର କ୍ରାଇମ ସଙ୍କଟ ଦେଖା ଗଲାଣି। ନିଜ ଜୀବନଯାକର ଜମାପୁଞ୍ଜି ହରାଇ ସେମାନେ ସମ୍ପୂର୍ଣ୍ଣ ଭାବେ ହତାସ ହୋଇପଡୁଛନ୍ତି। ତେଣୁ ଇଣ୍ଟେର୍ନେଟ ଓ ସ୍ମାର୍ଟଫୋନ ରେ ବ୍ୟକ୍ତିଗତ ତଥ୍ୟ ପ୍ରକାଶ ସର୍ବଦା ବର୍ଜ୍ୟନୀୟ ବୋଲି ଡ଼ି ଡ଼ି ସି ବ୍ୟାଙ୍କ ର ବ୍ରାଞ୍ଚମେନେଜର ସୁବ୍ରତ ମିଶ୍ର ପ୍ରାଞ୍ଜଳ ଭାବେ ବରିଷ୍ଠ ନାଗରିକ ମାନଙ୍କୁ ସୂଚାଇ ଦେଇଥିଲେ। ଏକ ଦୃଢ ପାସୱାର୍ଡ, ଓ. ଟି. ପି ନମ୍ବର କାହାକୁ ନ ଦେବା ବିଷୟ ସହିତ ସ୍କିର୍ଣ୍ଣ ମାଧ୍ୟ୍ୟମରେ ବୁଝାଇଥିଲେ। ଡ଼ି ଡ଼ି. ସି ବ୍ୟାଙ୍କ ର କର୍ମଚାରୀ ଅସିମ ମିଶ୍ର,ଶୁନାପାଣି ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶହେରୁ ଅଧିକ ବରିଷ୍ଠ ନାଗରିକ ସଂଘର ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ। ଶେଷରେ ସଂଘର ଉପସଭାପତି ନବ କିଶୋର ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଣବ ମଣ୍ଡଲ, ସାଧାରଣ ସମ୍ପାଦକକନ୍ଧମାଳ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ।

Leave A Reply

Your email address will not be published.