କନ୍ଧମାଳରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି କନେଷ୍ଟବଳ ହାବିଲଦାର ନିର୍ବାଚନ

ଫୁଲବାଣୀ: କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ରଙ୍କ ଆଲୋଚନା ଏବଂ ତତ୍ବାବଧାନରେ ଆଜି କନ୍ଧମାଳ ଜିଲ୍ଲାର ପାଞ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ ହାବିଲଦାର କର୍ମଚାରୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା କନେଷ୍ଟବଳ ହାବିଲଦାର ସଂଘ ନିର୍ବାଚନର ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା। ଦିର୍ଘ ଛଅ ବର୍ଷ ପରେ କନ୍ଧମାଳ ଜିଲ୍ଲାରେ କିଛି ଶୃଙ୍ଖଳିତ କନେଷ୍ଟବଳ ହାବିଲଦାର କର୍ମଚାରୀ ମାନଙ୍କ ଆଲୋଚନା ପ୍ରକାର ସଂଘ କର୍ମକର୍ତ୍ତା ଚୟନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ସଭାପତି ତାଲିକାରେ, ବିଶ୍ବମ୍ବର ସାହୁ, ସୁଦର୍ଶନ କହଁର, ନିଲାମ୍ବର ଦିଗାଲ, ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ ଏବଂ ଅଭିଜିତ ଦିଗାଲ, ନିର୍ବାଚିତ ପାଇଁ ନାମିନେସନ କରିଥିଲେ। ନିର୍ବାଚନ ରିଟନିଙ୍ଗ ଅଫିସର ଭାବେ ଡି,ଆଇ,ବି,ଡି,ଏସ, ପି, ଏସ୍, ଏନ୍,ଦାସ, ଏବଂ ପିଜାଡିଙ୍ଗି ଅଫିସର ଭାବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଜେନେରାଲ ଆର୍, ଆଇ, ବିରିଶିଙ୍ଗ ସବରଙ୍କୁ ଏସ୍ ପି କନ୍ଧମାଳ ଶ୍ରୀ ସୁଭେନ୍ଦୁ ପାତ୍ର ଦାୟିତ୍ଵ ଦେଇଥିଲେ। ଆଜି କନ୍ଧମାଳ ଜିଲ୍ଲା କନେଷ୍ଟବଳ ହାବିଲଦାର ସଂଘ ନିର୍ବାଚନ ଶେଷରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସଭାପତି ଭାବେ ବିଶ୍ବମ୍ବର ସାହୁ,ଉପ ସଭାପତି, ଭାବଗ୍ରାହୀ ସାହାଣୀ, ସମ୍ପାଦକ, ପ୍ରଭାତ କୁମାର ସାହୁ,ସହ ସମ୍ପାଦକ, ସୁଶାନ୍ତ ରଣା, କାହ୍ନୁଚରଣ ଦିଗାଲ, କୋଷାଧ୍ୟକ୍ଷ, ବିଷ୍ଣୁ ନାୟକ, ସଭ୍ୟ ଭାବରେ ସର୍ବଜ୍ଞ ବେହେରା, ସୁବ୍ରତ ନାୟକ (ନିଲୁ), ଭିକାରୀ ଚରଣ ଦଣ୍ଡିଆ,ଶୁଭସ୍ମିତା ପ୍ରଧାନ,ସୁଞାନୀ ଦିଗାଲ କନେଷ୍ଟବଳ ହାବିଲଦାର କର୍ମଚାରୀ ମାନଙ୍କ ଠାରୁ ଶତାଧିକ ଭୋଟ ପାଇ ବିଜୟୀ ହୋଇଥିବା ସଭାପତି ବିଶ୍ବମ୍ବର ସାହୁ ଗଣ ମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କନେଷ୍ଟବଳ ହାବିଲଦାର ମାନଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ଭାବେ ସଂଘ ମାଧ୍ୟମରେ କରାଯାଇ ପାରିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବ ବୋଲି ନୂତନ ଭାବେ ନିର୍ବାଚିତ ହୋଇଥିବା କନେଷ୍ଟବଳ ହାବିଲଦାର ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛୁ। ଦିର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଥିବା କନ୍ଧମାଳ ଜିଲ୍ଲାର କନେଷ୍ଟବଳ ହାବିଲଦାର ସଂଘକୁ ପୁନଃ ଉଦ୍ଧାର କରାଯାଇ ଉପଯୁକ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିବାରୁ କନ୍ଧମାଳ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ବେସ ଖୁସି ଥିବା ଦେଖିବାକୁ ମିଳୁଛି।ତା ସହିତ କନ୍ଧମାଳ ଜିଲ୍ଲାର ଏସ୍ ପି ଶ୍ରୀ ସୁଭେନ୍ଦୁ ପାତ୍ର ସଂଘଠନ ଟିକୁ ଗଠନ କରିବା ପାଇଁ ଉପଯୁକ୍ତ ସହଯୋଗ କରିଥିବାରୁ। ସଂଘ କର୍ମକର୍ତ୍ତା ଓଡ଼ିଆ ଆଇ ପି ଏସ୍ ଶ୍ରୀ ପାତ୍ରଙ୍କୁ ଭ୍ରୃୟଶି ପ୍ରସସା କରୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.