କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ନେଇ ଏକ ଆଭାସୀ ବୈଠକ ଅନୁଷ୍ଠିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ନେଇ ଏକ ଆଭାସୀ ବୈଠକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ନେଇ ଏକ ଆଭାସୀ ବୈଠକ ଜିଲ୍ଲା ସଭାପତି ସନ୍ତୋଷ ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ମାଝି, ବିଭିନ୍ନ ବ୍ଲକ ତଥା ଜିଲ୍ଲାର ଶିକ୍ଷକ ନେତା ଶରତ ଦେଶୀ ନାୟକ, କାହ୍ନୁ ଚରଣ ମହାନ୍ତି, ଦ୍ୱିତିକୃଷ୍ଣ ମାଝି, ଦିନେଶ ବେହେରା, ଶ୍ରୀରାମ ପଦାରବିନ୍ଦ ଆଚାର୍ଯ୍ୟ, ଗୋପିନାଥ ପାଣିଗ୍ରାହୀ ଆଦି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମତ ବ୍ୟକ୍ତ କରି ସମାଧାନ ନିମନ୍ତେ ଆଲୋଚନା କରିଥିଲେ। ରାଜ୍ୟ ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସମସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଚାକିରୀରୁ ଅବସର ବେଳେ NDC ଆଳରେ ଶିକ୍ଷକଙ୍କୁ ହଇରାଣ, ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଓ ଅର୍ଥ ବରାଦରେ ଅହେତୁକ ବିଳମ୍ବ, ବର୍ଷର ଶେଷ ପରୀକ୍ଷା ସମୟରେ ଶିକ୍ଷକମାନଙ୍କୁ ବିଭିନ୍ନ ତାଲିମ୍‌ରେ ସାମିଲ କରି ମୌଳିକ ପଠନ କାର୍ଯ୍ୟକୁ ପ୍ରଭାବିତ ସହ ତାଲିମ୍ ସମୟରେ ଶିକ୍ଷକ ମାନଙ୍କ ପ୍ରାପ୍ୟ ସବୁ ସରକାରୀ ନୀୟମ ପ୍ରକାରେ ପ୍ରଦାନରେ ଅବ୍ୟବସ୍ଥା,ଗତ ଶିକ୍ଷକ ରାଲିରେ ସାମିଲ କନିଷ୍ଠ ଶିକ୍ଷକ ବର୍ଗଙ୍କ ଦରମା ପ୍ରଦାନରେ ଅନିୟମିତତା ଇତ୍ୟାଦି ସମ୍ପର୍କରେ ଆଲୋଚନା ସହ ଖୁବ୍ ଶୀଘ୍ର ଏ ସବୁର ସମାଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଭେଟି ଆଲୋଚନା ସହ ଦାବି ପତ୍ର ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଭିନ୍ନ ଭିନ୍ନ ବ୍ଲକ୍‌ରେ ଭିନ୍ନ ଭିନ୍ନ ଆଧିକାରିକ ମନୋବୃତ୍ତିକୁ ସମାଲୋଚନା ସହ ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ସମାନ ବ୍ୟବସ୍ଥା ଲାଗୁ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ସେ ସବୁର ସମାଧାନ କରିବା ଦିଗରେ ଠୋସ୍ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ପ୍ରସ୍ତାବ ନିଆଯାଇଛି।
ଶେଷରେ ଜିଲ୍ଲା ଓ ବିଭିନ୍ନ ବ୍ଲକ ସଂଗଠନର ଏକତା, ପ୍ରଗତିଶୀଳତା ଓ ପୁନର୍ଗଠନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସାଧାରଣ ସମ୍ପାଦକ ଶରତ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.