କନ୍ଧମାଳ ପିପୁଲସ ଫୋରମ୍ ଆଗରେ ହାର ମାନିଲା ଜିଲ୍ଲା ପ୍ରଶାସନ..

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ ହେଉଛି କନ୍ଧମାଳ ପିପୁଲ୍ସ ଫୋରମ୍ ବା କେପିଏଫ୍ । ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ଵ ଦେଉଥିବା ଏହି ସଂଗଠନ ଏବେ କନ୍ଧମାଳ ବାସୀଙ୍କ ପ୍ରତ୍ୟେକ ସୁଖ ଦୁଃଖରେ ଭାଗୀଦାର ହେଉଛି । ପୂର୍ବରୁ ରାଜ୍ୟ ଏଵଂ କେନ୍ଦ୍ରସରକାରଙ୍କ ପାଖରେ ବିଭିନ୍ନ ଦାବୀ ଉପସ୍ଥାପନା କରି ସେଗୁଡ଼ିକର ସଫଳ ରୂପାୟନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛି । କନ୍ଧମାଳକୁ ରେଳ, କନ୍ଧମାଳରେ ମେଡ଼ିକାଲ କଲେଜ, ବସ୍ତିବାସିନ୍ଦାଙ୍କ ପାଇଁ ସ୍ଥାୟୀ ପଟ୍ଟା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଥିବା ବେଳେ ଏବେ ପୁଣି ଏକ ସଫଳତା ମିଳିଛି ଏହି ସଂଗଠନକୁ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଗୁଗୁରୁମହା ପଞ୍ଚାୟତର ତୁଆଗୁଡା, ଗୁଗୁରୁମାହା , ଲିମ୍ବଡମାହା ଏବଂ ଭୂତାଢି ଅଞ୍ଚଳରେ ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳର ଅଭାବ ଏଵଂ ସ୍କୁଲରେ ହଷ୍ଟେଲ ନଥିବା ଯୋଗୁ ଛାତ୍ର ଛାତ୍ରୀଙ୍କୁ ହେଉଥିବା ଅସୁବିଧାକୁ ହୃଦୟଗମ କରି କନ୍ଧମାଳ ପିପୁଲସ୍ ଫୋରମ୍ ସଭାପତି ରାଧାମୋହନ ମହାପାତ୍ର ସଂଗଠନର ଅନେକ କର୍ମକର୍ତ୍ତା ଏଵଂ ଅଞ୍ଚଳବାସୀଙ୍କ ସହ ଉକ୍ତ ଦାବିକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରିଥିଲେ । ଉକ୍ତ ଦାବିକୁ ଜିଲ୍ଲାପାଳ ମହୋଦୟ ଖୁବଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ କନ୍ଧମାଳ ପିପୁଲସ୍ ଫୋରମ୍ ର ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି । ତେବେ ଆଗକୁ ବି କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ KPF କାର୍ଯ୍ୟ କରିବ ବୋଲି ସଭାପତି ରାଧାମୋହନ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.