ଉଛୁଳୁଛି ସୁବର୍ଣ୍ଣରେଖା

ୟାସ ଯୋଗୁଁ ହୋଇଥିବା ବର୍ଷା ପାଇଁ ସୁବର୍ଣ୍ଣରେଖାରେ ଜଳସ୍ତରରେ ବୃଦ୍ଧି ଘଟିଛି । ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲା ଯାଇଛି। ଗାଲୁଡିହି ବ୍ୟାରେଜରେ ପାଣି ଯୋଗୁ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ଲୋକଙ୍କୁ ସତର୍କ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ଆଲର୍ଟ କରିଥିଲା।ସେପଟେ ଭଦ୍ରକଠାରେ ବୈତରଣୀ ନଦୀର ଜଳସ୍ତର ଖସୁଛି। ଜଳସ୍ତର କମିଛି, ହେଲେ ଏବେ ବି ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ୧୮.୯୦ ମିଟର ଦେଇ ଜଳସ୍ତର ପ୍ରବାହିତ ହେଉଛି। ସେଥିଲାଗି ସେଠାକାର କିଛି ପଞ୍ଚାୟତ ପାଣି ଘେରରେ ରହିଥିବା ଜଣାପଡିଛି ।

Leave A Reply

Your email address will not be published.