ମାହାଙ୍ଗା ଡବଲ ମର୍ଡର ଏବଂ ଓଏସଏସସିରେ ଦୁର୍ନିତି ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର, ସେପ୍ଟେମ୍ବର ୨ : ମୌସୁମୀ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ହୋହାଲ୍ଲା କାରଣରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି । ମାହାଙ୍ଗା ଡବଲ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେବା ପରେ ପ୍ରତାପଙ୍କୁ ବହିସ୍କାର ଦାବିରେ ବିଜେପି ପକ୍ଷରୁ ଗୃହରେ ପ୍ରବଳ ହୋହାଲ୍ଲା କରାଯାଇଥିଲା ।  ସେହିପରି ଓଡିଶା କର୍ମଚାରୀ ଚୟନ ଆୟୋଗ କାର୍ଯ୍ୟାଳୟରେ ନିଯୁକ୍ତି ସମ୍ପର୍କତି ଅନିୟମିତତା ଉପରେ ଆଲୋଚନା କରିବା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ପ୍ରଦାନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରିଥିଲା । ଏହା ସହିତ କଂଗ୍ରେସ ପକ୍ଷରୁ ମଧ୍ୟ ମରୁଡି ପ୍ରସଂଙ୍ଗକୁ ନେଇ ଗୃହ ମଝିର ପ୍ରତିବାଦ କରାଯାଇଥିଲା ।  ଏହିପରି ଭାବରେ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଯବାବ ମାଗିଥିବା ବେଳେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚଷ୍ପତି ସୁର୍ଯ୍ୟନାରାୟଣ ପାତ୍ର । ଏହା ପରେ ଗୃହକୁ ସୁରୁଖୁୁରେ ଚଲାଇବା ପାଇଁ ସର୍ବଦଳୀୟ ବେଠକ ଡାକିଛନ୍ତି ବାଚଷ୍ପତି ।

Leave A Reply

Your email address will not be published.