ଲମତାପୁଟ ପୋଲିସକୁ ବଡ଼ ସଫଳତା: ୨୨ ଲକ୍ଷର ଗଞ୍ଜେଇ ଜବତ

ଲମତାପୁଟ ୨୪/୧୦: ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ବାଲେଲ ଗ୍ରାମରେ ଜଣକ ଘର ଭିତରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବାଲେଲ ଗ୍ରାମରେ ଚଢାଉ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଦେଖି ଅନ୍ଧାରର ଶୁଜଗ ନେଇମାଫିଆ ଫେରାର ହୋଇଯାଇଥିଲେ । ଗଛିତ ରଖିଥିବା ୧୦ଟି ବସ୍ତାରେ ପ୍ରାୟ ଦୁଇ କୁଇଁଣ୍ଟାଲ ବାଇଶି କେଜି ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ବାଇଶି ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ରଖିଥିବା ଏବଂ ସ୍ଥାନୀୟ ଯୁବକ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଘର ମାଲିକଙ୍କ ନାମ ଗୋପନ ରଖିଛି ପୋଲିସ ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ସୂଚନା ଦେଇଛି ।

Leave A Reply

Your email address will not be published.