ଘୁ.ଉଦୟଗିରି: ଦିନ ଥିଲା ସିର୍କି ଡ୍ୟାମ୍ ଜଳ ସେଚନ ଦ୍ୱାରା ବର୍ଷକୁ ଦୁଇ ଥର ଧାନ ଚାଷ କରିବା ସହିତ ବର୍ଷ ତମାମ ପନି ପରିବା ଚାଷ ହେଉଥିଲା। ଏଥିରୁ ଚାଷୀ ଦି ପଇସା ଲାଭ ପାଇବା ସହିତ ତାର ପରିବାର ଖୁସିରେ ଚଳୁଥିଲା। କିନ୍ତୁ ଦିନକୁ ଦିନ ରକ୍ଷଣା ବେକ୍ଷଣ ଅଭାବରୁ କେନାଲ ପୋତି ହୋଇ ଭାଙ୍ଗିବା ସହିତ ଗେଟ ଭାଙ୍ଗି ପାଣି ଅଯଥାରେ ବୋହି ନଷ୍ଟ ହେଉଥିଲା। ଏଥିରେ ନା ଚାଷ ପାଇଁ ମିଳୁଥିଲା ପାଣି, ନା ପିଇବା ପାଇଁ ଯଥେଷ୍ଟ ହେଉଥିଲା ପାଣି।

ଦୀର୍ଘ ବର୍ଷ ହେଲା ଏହି ସମସ୍ଯା ଲାଗି ରହିଥିବା ବେଳେ ବାରମ୍ବାର ମରାମତି କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ।

କୃଷି ଏବଂ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗେଟ୍ ମରାମତି ପାଇଁ ସରକାର ୪ ଲକ୍ଷ ଏବଂ ଡ୍ୟାମ୍ ପାଇଁ ୪କୋଟି ଅଧିକ ଅର୍ଥ ମଞ୍ଜୁର କରିଥିବା ବେଳେ ଡ୍ୟାମ୍ ମରାମତି କାମ ଆରମ୍ଭ ହୋଇଛି।
