ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା, ପୁରୀକୁ ଗଡ଼ିବ ୧୦୦୦ ବସ୍

ପୁରୀ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ୧୦୦୦ ବସ୍ ନିୟୋଜିତ ହେବେ । ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି । ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି । ଏହା ଉପରେ ନଜର ରଖିବା ପାଇଁ ରାଜ୍ୟ ପରିବହନ ଆୟୋଗ ୩୦ ଟି ସ୍କ୍ୱାଡ ଗଠନ କରିଛି । ଏଥି ସହିତ ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ । ସେହିଭଳି ବସ୍ ରେ ଯାତ୍ରୀଙ୍କ ଭିଡ ସୁଯୋଗ ନେଇ ପକେଟ ମାର୍ ଓ ମୋବାଇଲ ଫୋନ ଚୋରି ଭଳି ଘଟଣା ରୋକିବାକୁ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଏସପି ।

057 code kasam
Leave A Reply

Your email address will not be published.