ଜଙ୍ଗଲ ଜଳିବା ନେଇ ରିପୋର୍ଟ ଦେଲା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ

ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଦମନ ଓ ପ୍ରଶମନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପ ଫଳରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତାଧୀନ କରାଯାଇପାରିଛି । ସ୍ଥାନୀୟ ଜନ ସାଧାରଣ, ବନ ସୁରକ୍ଷା ସମିତି ତଥା ସମ୍ପ୍ରଦାୟ ଗୁଡିକଙ୍କର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡିକ ଜାରି ରହିଛି ବୋଲି ଆଜି ରିପୋର୍ଟ ଦେଇଛି ଫରେଷ୍ଟ ଫାୟାର ଟାସ୍କଫୋର୍ସ । ଏଥିସହିତ ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ,ସେମାନଙ୍କର କ୍ଷେତ୍ର ପରିଦର୍ଶନ ଶେଷ କରିସାରିଛି । ଆଜି ସରକାରଙ୍କ ସହ ଏବାବଦରେ ଆଲୋଚନା ହେବ । ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ଅସାଧାରଣ ବନାଗ୍ନି ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ୍ଣ ସଜାଗ ଏବଂ ପ୍ରସ୍ତୁତ ଅଛନ୍ତି ବୋଲି ଟାସ୍କ ଫୋର୍ସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.