୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ଏସଆରସିଙ୍କ ସୂଚନା

ଆଜି ଓଡିଶା ଆସି ବାତ୍ୟା “ୟାସ୍”ର  ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ଅର୍ଥ ଦାବି କରାଯାଇନାହିଁ ଏହାସହ  ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରିନୁ ବୋଲି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ ଏବଂ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି। ବୈଠକ ପରେ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି  କ୍ଷୟୟତି ବାବଦ ଅର୍ଥ ରାଶି ଆମେ ବର୍ତ୍ତମାନ କେନ୍ଦ୍ରକୁ କିଛି ମାଗି ନାହୁଁ । ବାତ୍ୟା ମୁକାବିଲା ନେଇ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୁଇଟି ବଡ ଦାବି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଜୁଳି ସରବରାହ ବ୍ୟବସ୍ଥା ଏବଂ ସମୁଦ୍ରତଟ ସୁରକ୍ଷା ଓ ଉପକୂଳ ଭିତ୍ତିଭୂମି ବିକାଶ ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଦାବି କରିବା ସହ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କଲା ଓଡ଼ିଶା। ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି ରାଜ୍ୟ ସରକାରଙ୍କପକ୍ଷରୁ ଦାବି କରାଯାଇଛି। ସେପଟେ ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା । ଆଜି ସଂଧ୍ୟା ୬ ଟାରେ ରାଜଘାଟ ପାଖରେ ବିପଦ ସଙ୍କେତ ଛୁଇଁବ । ତଳିଆ ଅଞ୍ଚଳବାସୀ ସତର୍କ ରୁହିବାକୁ କୁହାଯାଇଛି । ଯେହେତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି ସେଥିପାଇଁ ବନ୍ୟା ସମସ୍ୟା ଦେଖା ଦେଇଛି। ତଳିଆ ଅଞ୍ଚଳକୁ ମାଇକ ଜରିଆରେ ପ୍ରଚାରପ୍ରସାର କରାଯାଇ ସତର୍କ କରାଯାଉଛି  ବୋଲି୍ ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.