ଲକଡାଉନ ଅବଧି ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଉ ବୋଲି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ରାଜ୍ୟରେ ଯେହେତୁ ଲକଡାଉନ ଫଳପ୍ରଦ ହେଉଛି ତେମୁ ସଂକ୍ରମଣ ହାର ରୋକିବାକୁ ଅବଧି ଦୁଇ ସପ୍ତାହ ବଢାଯାଉ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର କହିଛନ୍ତି । କରୋନା ପିକ୍ ପାର କରିସାରିଛି । ଏବେ ଧୀରେ ଧୀରେ ସଂକ୍ରମଣ ପୂରା କମିଯିବ । ପଜିଟିଭ୍ ହାର କମିକି ୧୪ପ୍ରତିଶତରେ ପହଁଚିଲାନି । ଯାହା ପୂର୍ବରୁ ୨୦ ପ୍ରତିଶତ ଥିଲା । ଲକଡାଉନକୁ ସଫଳତାର ସହ ଲାଗୁ କରାଯିବାରୁ ରାଜ୍ୟ ଏହି ସଫଳତା ହାସଲ କରିପାରିଛି । ଏଣୁ ଲକଡାଉନ ଅବଧି ଆହୁରି ଦୁଇ ସପ୍ତାହ ବୃଦ୍ଧି କରାଯାଉ ବୋଲି କହିଛନ୍ତି ।

Leave A Reply

Your email address will not be published.