ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । କରୋନା ସମୟରେ ପରୀକ୍ଷା ବାତିଲ୍ କରିବା ନେଇ ଦାୟର ହୋଇଥିବା ଯାଚିକା ଉପରେ ଆଜି ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଜଷ୍ଟିସ୍ ଏ ଏମ ଖାନଓ୍ବିଲକର ଏବଂ ଜଷ୍ଚିସ୍ ଦିନେଶ ମାହେଶ୍ବରୀ ଏହାର ଶୁଣାଣି କରିବେ । ଦ୍ବାଦାଶ ପରୀକ୍ଷାକୁ ଅନିଶ୍ଚିତତା ଲାଗି ରହିଥିବାବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ବଡ ଚିନ୍ତାରେ । ଏଣୁ ସୁପ୍ରିମକୋର୍ଟ ଏହାର ବିଚାର କରି କେନ୍ଦ୍ର ସରକାରଙ୍କୁ ଉଚିତ୍ ପରାମର୍ଶ ଦେବା ପାଇଁ ଛାତ୍ରଛାତ୍ରୀ ଅପିଲ୍ କରିଛନ୍ତି । ସେପଟେ ଜୁନ୍ ୧ ତାରିଖରେ ପରୀକ୍ଷା ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ମହାମାରୀର ପ୍ରଭାବ ଜାରି ରହିଥିବାବେଳେ କିପରି ପରୀକ୍ଷା କରାଯିବ ସେ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ନିକଟରୁ ପ୍ରସ୍ତାବ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.