ଜର୍ମାନୀରେ ଜୁନ୍ ୭ରୁ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ

ଜର୍ମାନୀରେ ଟିକାକରଣକୁ ଦୃତ କରିବା ଲାଗି । ଆସନ୍ତା ଜୁନ୍ ୭ରୁ କୋଭିଡ-୧୯ ବିରୋଧରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି । ଏହି ଟିକାକରଣ ବାଧ୍ୟତାମୂଳକ ନୁହେଁ ବୋଲି ସେ ଜଣାଇଛନ୍ତି । ଜର୍ମାନୀର ଆଞ୍ଚଳିକ ନେତାଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ୧୨ ବର୍ଷରୁ ଅଧିକ ବୟସର ପିଲା ଏବଂ ଯୁବକମାନେ ଜୁନ୍ ୭ ରୁ ଟିକା ଲାଗି ସ୍ଲଟ୍‌ ବୁକ୍ କରିବାର ସୁଯୋଗ ପାଇବେ। ଅଗଷ୍ଟ ଶେଷ ସୁଦ୍ଧା ଦୁଇଟିଯାକ ଡୋଜ୍‌ ଦିଆଯିବ। ରିପୋର୍ଟ ଅନୁଯାୟୀ ଟିକାକରଣ କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହାସହିତ ସେ ପିତାମାତାଙ୍କୁ ଟିକାକରଣ ପାଇଁ ପିଲାମାନଙ୍କୁ ବାଧ୍ୟ ନକରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.