ରାଜ୍ୟରେ କମୁଛି ସଂକ୍ରମଣ

ରାଜ୍ୟବାସୀଙ୍କୁ ଆଶ୍ବସ୍ତି ପୂର୍ବାପେକ୍ଷା ସଂକ୍ରମଣ ହାର କମୁଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୭,୧୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୦୨୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩୧୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟ କରି ଜଣାଇଛି ।  ଆଜି ଅନୁଗୁଳରୁ ୫୧୫, ବାଲେଶ୍ବରରୁ ୧୦୩, ବରଗଡରୁ ୨୭୧, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୯୩, ବୌଦ୍ଧରୁ ୨୫୭, କଟକରୁ ୬୯୦, ଦେବଗଡରୁ ୬୧, ଢେଙ୍କାନାଳରୁ ୨୫୫, ଗଜପତିରୁ ୧୦୬, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଯାଜପୁରରୁ ୪୦୬, ଝାରସୁଗୁଡାରୁ ୧୧୪, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୫୪, କେନ୍ଦ୍ରାପଡାରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ ୫୭, ଖୋର୍ଦ୍ଧାରୁ ୧୧୩୪, କୋରାପୁଟରୁ ୨୦୨, ମାଲକାନଗିରିରୁ ୯୨, ମୟୂରଭଞ୍ଜରୁ ୩୨୦, ନବରଙ୍ଗପୁରରୁ ୨୧୬, ନୟାଗଡ଼ରୁ ୨୪୨, ନୂଆପଡାରୁ ୬୨, ପୁରୀରୁ ୪୫୭, ରାୟଗଡାରୁ ୧୬୫, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୨୯, ସୁନ୍ଦରଗଡରୁ ୧୭୨ ଓ ଷ୍ଟେଟ ପୁଲରୁରୁ ୨୩୭ ଜଣ ପଜିଟିଭ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୭୧୪୩କୁ ବୃଦ୍ଧି ପାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ୬୪୭୧୩୩ ଜଣ କରୋନାକୁ ମାତ୍ ଦେଇ ଘରକୁ ଫେରିଛନ୍ତି ଓ ୯୭୨୭୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ସୁଦ୍ଧା ମୋଟ ୧୧୬୪୫୪୦୨ଟି କରୋନା ନମୁନା ଟେଷ୍ଟ ହୋଇଛି ।

Leave A Reply

Your email address will not be published.