ୟୁଏଇରେ ଅନୁଷ୍ଠିତ ହେବ ଚଳିତ ସଂସ୍କରଣର ଆଇପିଏଲ୍

ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହାର ସ୍ୱତନ୍ତ୍ର ସାଧାରଣ ବୈଠକରେ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନେଇଛି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ଅସମାପ୍ତ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ୟୁଏଇରେ ଆଇପିଏଲ୍ ର ବାକି ମ୍ୟାଚ୍ ହେବ ବୋଲି ପ୍ରାୟତ  ଆଶା କରାଯାଉଥିଲା । ଯାହା ସୁଚନା ଅନୁଯାୟୀ  ବିସିସିଆଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ ସହିତ ଏକ ଅନୌପଚାରିକ ଚୁକ୍ତି କରିସାରିଛ। ଆଜି ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ଅଂଶକୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଛି – ସେପ୍ଟେମ୍ବର ୩୧ ଅକ୍ଟୋବର ମଧ୍ୟରେ ଭାରତରେ ବର୍ଷା ରୁତୁକୁ ଦୃଷ୍ଟିରେ ରଖି  ଅବଶିଷ୍ଟ ୩୧ ଆଇପିଏଲ୍ ଖେଳ ଆୟୋଜନ କରିବାକୁ ଚାହୁଁଛି।

Leave A Reply

Your email address will not be published.