ଭାଇରାଲ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ

ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି । ଫେସବୁକରେ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଘୁରି ବୁଲୁଥିବାର ଜଣାପଡିଛି । କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି । ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା ଜଣାପଡିଛି। ଏ ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥିବା ଯୋଗୁଁ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହିଭଳି ଘଟଣା ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା କଥା ଏବେ ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଅଙ୍କୁଶ ଲାଗିଥିଲା । ଗତ ନୃସିଂହ ଚତୁର୍ଦ୍ଦଶୀ ବେଳକୁ ରାଜ୍ୟରେ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ କିଭଳି ଶ୍ରୀମନ୍ଦିର ଭିତରକୁ କିଏ ପ୍ରବେଶ କଲା ଏବଂ ଫଟୋ ଉଠାଗଲା ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି ।

Leave A Reply

Your email address will not be published.