ମୋବାଇଲ ବ୍ୟବହାର ତୃତୀୟ ସ୍ଥାନରେ ଭାରତ

ନୁଆଦିଲ୍ଲୀ, ଜୁଲାଇ ୨୬ : ବର୍ତ୍ତମାନ ଜୀବନରେ ଜଣେ ଚାକିରିଆ ପାଖରୁ ସାଧାରଣ ଦିନ ମଜୁରିଆଟିଏ ମଧ୍ୟ ମୋବାଇଲ ବ୍ୟବହାର କରୁଛି । ଏପରିକି ଯୁବ ବର୍ଗ ସକାଳୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ ପାଖ ଚାଡୁନାହାନ୍ତି । ତେବେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ ଭାରତର ଲୋକ ମାନେ ଦୈନିକ ୪ ଘଣ୍ଟା ୯ ମିନିଟ ସମୟ ମୋବାଲରେ ବିତାଉଛନ୍ତି ।  ଡିଜେଡ୍ ନେଟ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡିଛି ଯେ ବ୍ରାଜିଲର ଲୋକମାନେ ସର୍ବାଧିକ ୫ ଘଣ୍ଟା ୪ ମିନିଟ ସମୟ ମୋବାଇଲ ବ୍ୟବହାର କରୁଛନ୍ତି । ଏଠାକାର ଲୋକମାନେ ସବ୍ରାଧିକ ସମୟ ମୋବାଇଲ ବ୍ୟବହାର କରୁଥିବା ବେଳେ ଏହା ପଛକୁ ଦ୍ୱୀତିୟ ସ୍ଥାନରେ ଇଣ୍ଡୋନେସିଆର ଲୋକେ ରହିଛନ୍ତି । ଏଠାକାର ଲୋକମାନେ ହାରାହାରି ୫ ଘଣ୍ଟା ୩ ମିନିଟ ସମୟ ମୋବାଇଲେ ବିତାଉଛନ୍ତି ।  ସେହିପରି ଦକ୍ଷିଣ କୋରିଆର ଲୋକମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ଦେଶର ଲୋକମାନେ ଦୈନିକ ୪ ଘଣ୍ଟା ୮ ମିନିଟ ସମୟ ମୋବାଇଲରେ ବିତାଇଥାନ୍ତି । ପଞ୍ଚମରେ ମେକ୍ସିକୋ ୪ଘଣ୍ଟା ୭ ମିନିଟ,ତୁର୍କୀ -୪ ଘଣ୍ଟା ୫ ମିନିଟ, ଜାପାନ ୪ ଘଣ୍ଟା ୪ ମିନିଟ, କାନାଡା ୪ ଘଣ୍ଟା ୧ ମିନିଟ, ୟୁଏସ୍ ୩ ଘଣ୍ଟା ୯ ମିନିଟ, ବ୍ରିଟେନ୍ ୩ ଘଣ୍ଟା ୮ ମିନିଟ ସମୟ ମୋବାଇଲେ ବିତାଇଥାନ୍ତି ।

Leave A Reply

Your email address will not be published.