କଟକଣା ଯୋଗୁଁ ଲାଗିଲାନି କାଉଡିଆଙ୍କ ଭିଡ

ଭୁବନେଶ୍ୱର,ଜୁଲାଇ ୨୬ : ରାଜ୍ୟରେ ସରକାର ଲାଗୁ କରିଥିବା କରୋନା କଟକଣା କାରଣରୁ ଶ୍ରାବଣ ସୋମବାରରେ ଶୈବପୀଠ ଗୁଡିକରେ କାଉଡିଆ ମାନଙ୍କର ଭିଡ ନାହିଁ । ପ୍ରତି ବର୍ଷ ସମାନ ସମୟରେ ଶୈବପୀଠ ଗୁଡିକରେ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କର ଭିଡ ଲାଗିଥାଏ । ବିଶେଷ କରି ରାଜ୍ୟର ପ୍ରମୁଖ ଶେବ ପୀଠ ଯଥା କପିଳାଶ,ଧବଳେଶ୍ୱର,ଲିଙଗରାଜ,ଲୋକନାଥ ଏବଂ ଆଖଣ୍ଡଳମଣି ଆଦି ପୀଠ ଗୁଡିକରେ ଭକ୍ତମାନେ ଜଳାଭିଷେକ କରିବାକୁ ଲମ୍ବାଧାଡି ଲଗାଇଥାନ୍ତି । ରାଜ୍ୟ ସରକାର ବୋଲବମ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରିଥିବା ବେଳେ ବିଭିନ୍ନ ପୀଠ ପରିଷରରେ ୧୪୪ ଧାରା ଲାଗୁ ହୋଇଛି । ତେବେ ଗତବର୍ଷ ମଧ୍ୟ ସରକାର ବୋଲବମ ଯାତ୍ରାକୁ ବନ୍ଦ କରିଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଥିଲେ ମଧ୍ୟ କୌଣସି ଭୁଲ ସଂକ୍ରମଣକୁ ପୁନର୍ବାର ବଢାଇ ପାରେ ବୋଲି ରାଜ୍ୟ ସରକାର ଆସଙ୍କା କରି ବୋଲବମ ଯାତ୍ରାକୁ ବନ୍ଦ ରଖିଛନ୍ତି ।

Leave A Reply

Your email address will not be published.