ଗଡୁନି ‘ମୋ ବସ୍‌’, ଦରମା ବୃଦ୍ଧି ଦାବିରେ ଆନ୍ଦୋଳନରେ ବସିଛନ୍ତି ବସ୍ ଡ୍ରାଇଭର

ଭୁବନେଶ୍ୱର, ଅଗଷ୍ଟ ୨ : କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବରୁ ଦୀର୍ଘ ୩ ମାସ ଧରି ମୋ ବସ୍ ସେବା ବନ୍ଦ ରହିବା ପରେ ଆଜି ଠାରୁ ରାଜ୍ୟର ସବୁ ରୁଟ୍ ରେ ମୋ ବସ୍ ଚଳାଚଳ କରିବ ବୋଲି କୃଟ୍ ପକ୍ଷର ଘୋଷଣା କରାଯାଇଥିଲା । ମାତ୍ର ଆଜି ସକାଳୁ ସକାଳୁ ଏହାର ବିପରୀତ ଦେଖିବାକୁ ମିଳିଛି । ସବୁ ରୁଟ୍ ରେ ଗଡୁନି ମୋ ବସ୍ । ଆଜି ଦରମା ବୃଦ୍ଧି ଦାବି କରି ଆନ୍ଦୋଳନ କରିଛନ୍ତି ମୋ ବସ୍ ଡ୍ରାଇଭର ମାନେ । ତେଣୁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା କୃଟ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବରୁ ଡ୍ରାଇଭର ମାନଙ୍କ ମାସିକ ଦରମା ୧୨ ହଜାର ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରି ୧୮ ହଜାର ଟଙ୍କା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.