ଜମ୍ମୁ କଶ୍ମୀରରେ ଶିକ୍ଷାନୁଷ୍ଠାନ ପୁଣି ବନ୍ଦ, ଏକତ୍ର ଜମା ହୋଇପାରିବେ ୨୫ ଜଣ

ଶ୍ରୀନଗର, ଅଗଷ୍ଟ ୦୨: କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ଜମ୍ମୁ କଶ୍ମୀରରେ ସ୍କୁଲ ସମେତ ଅନ୍ୟ ଶିକ୍ଷାନୁଷ୍ଠାନକୁ ପୁଣି ଥରେ ବନ୍ଦ କରି ଦିଆଯାଇଛି । ଜମ୍ମୁ କଶ୍ମୀର ରାଜ୍ୟ କାର୍ଯ୍ୟକାରୀ କମିଟି ରବିବାର ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର ଶାସିତ ଅଂଚଳରେ କରୋନ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ଥାନୀୟ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ସପ୍ତାହନ୍ତ ସଟଡାଉନ ରହିବ ନାହିଁ । କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏହା ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।  ଜମ୍ମୁ କଶ୍ମୀରରେ ଗୋଟିଏ ସ୍ଥାନରେ ସର୍ବାଧିକ ୨୫ ଜଣ ଲୋକ ଏକତ୍ର ହୋଇପାରିବେ । ଏକ ଆଦେଶ ଜାରି କରି ମୁଖ୍ୟ ଶାସନ ସଚିବ ଏକେ ମେହତା କହିଛନ୍ତି, ଏକାଧିକ ଜିଲ୍ଲାରେ କରୋନା ସ୍ଥିତିରେ ଉନ୍ନତି ଆସିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧିନକୁ ଆସି ନଥିବାରୁ କଟକଣାକୁ ଜାରି ରଖିବା ପାଇଁ ଏସଇସି ଚେୟାରମ୍ୟାନ ଶ୍ରୀ ମେହତା କହିଛନ୍ତି ।  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ, କୋଚିଂଙ୍ଗ ସେଣ୍ଟର ଆଦି ବନ୍ଦ ରହିବ । କିନ୍ତୁ ଟିକାକରଣ ହୋଇଥିବା ସ୍ଥାନରେ ବ୍ୟକ୍ତିଗତ ଉପସ୍ଥିତି ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିବ । ରାଜ୍ୟରେ କରୋନା ସ୍ଥିତି ନେଇ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଡେପୁଟି କମିସନରମାନଙ୍କୁ ସରକାର ଚିଠି ଲେଖିଛନ୍ତି ।

Leave A Reply

Your email address will not be published.