୬ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୂବନେଶ୍ୱର, ସେପ୍ଟେମ୍ବର ୧ : ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଳିବ । ରାଜ୍ୟସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନଙ୍କର ଅଫଲାଇନ କ୍ଲାସ ଆରମ୍ଭ ହୋଇଯିବ । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଛାତ୍ରଛାତ୍ରୀମାନେ ଅଫଲାଇନ କ୍ଲାସ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ କଲେଜ କ୍ଲାସରୁମ, ଛାତ୍ରବାସ, ପରୀକ୍ଷାଗାର ଆଦିରେ କୋଭିଡ଼ ଗାଇଡ଼ଲାଇନକୁ ମାନିବାକୁ ପଡ଼ିବ । ହ୍ୟାଣ୍ଡୱାସ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି କଲେଜରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରାବାସ ଗୁଡ଼ିକ ସେପ୍ଟେମ୍ବର ୫ ତାରିଖରୁ ଖୋଲିବ ।

Leave A Reply

Your email address will not be published.