ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବିରୋଧରେ ମାମଲା

ଭୂବନେଶ୍ୱର, ସେପ୍ଟେମ୍ବର ୧, ନୂଆଦିଲ୍ଲୀ ଜବାହରଲାଲ ନେହେରୁ- ମହାତ୍ମାନ୍ଧୀ ଓ ରାଜୀବ ଗାନ୍ଧୀ ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ଅଭିନେତ୍ରୀ ପାୟଲ ରୋହତଗୀ । ଏନେଇ ତାଙ୍କ ବିରୋଧରେ ପୁଣେ ରେ ମାମଲା ରୁଜୁ ହୋଇଛି । ସୋସିଆଲ ମିଡ଼ିଆରେ ଶେୟାର କରାଯାଇଥିôବା ଏକ ଭିଡ଼ିଓରେ ସେ ମହାତ୍ମାଗାନ୍ଧୀ, ଜବାହରଲାଲ ନେେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଧାରା ୧୫୩(ଏ),୫୦୦,୫୦୫(୨) ଏବଂ ୩୪ ଆଧାରରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ସୋସିଆଲ ମିଡ଼ିଆ ଭିଡ଼ିଓ ଯୋଗୁଁ ଅନେକ ଥର ବିବାଦ ଘେରକୁ ଆସିଛନ୍ତି ।ସୋସିଆଲ ମିଡ଼ିଆ ଭିଡ଼ିଓ ଯୋଗୁଁ ଅନେକ ଥର ବିବାଦ ଘେରକୁ ଆସିଛନ୍ତି ।

Leave A Reply

Your email address will not be published.