ରାଜ୍ୟରେ ଦୈନିକ ସଂକ୍ରମଣ ଦଶ ହଜାର ପାର

ଭୁବନେଶ୍ୱର, ଜାନୁଆରୀ ୧୩ : ରାଜ୍ୟରେ କରୋନା ସଂକ୍ରମଣ ଦୈନିକ କ୍ଷୀପ୍ରଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକମିତ ସଂଖ୍ୟା ଦଶ ହଜାର ପାର କରିଛି । ଗତକାଲି ୮,୭୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଓଡ଼ିଶାରୁ ୧୦,୦୫୯ ଜଣ ବାହାରିଛନ୍ତି । ଲାଲ ବଳୟରେ ଥିବା ଖୋର୍ଦ୍ଧା ଓ ସୁନ୍ଦରଗଡ଼ ସହିତ ସମ୍ବଲପୁର ଓ କଟକର ସଂକ୍ରମଣ ହାର ଚିନ୍ତାର କାରଣ ପାଲଟିଛି । ଗତକାଲି ୮୧,୦୬୫ ନମୁନା ପରୀକ୍ଷାଣ ହୋଇଥିଲା ଏବଂ ରାଜ୍ୟରେ ବର୍ତ୍ତମାନ ପରୀକ୍ଷା ସଂକ୍ରମଣ ହାର (ଟିପିଆର) ୧୨.୪ ପ୍ରତିଶତରେ ପହଁଞ୍ଚିଛି । ଓଡ଼ିଶାରେ ଆଜିର ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୪,୩୪୯ରେ ପହଁଞ୍ଚିଛି । ଆଜି ରାଜ୍ୟରେ ମୋଟ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୮୭୨ ଶିଶୁ ଅଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୫୮୩୩ ଓ ସ୍ଥାନୀୟ ସଂକ୍ରମଣରୁ ୪୨୨୬ ସଂକ୍ରମିତ ବାହାରିଛନ୍ତି ।  ରାଜ୍ୟରେ ଦୁଇଟି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଚାରି ଅଙ୍କରେ ପହଁଞ୍ଚିଥିବା ବେଳେ ଅନେକ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କରେ ରହୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩୧୮୮ ସଂକ୍ରମିତ ବାହାରିଥିବା ବେଳେ ଏହା ପଛକୁ ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦ , ମୟୁରଭଞ୍ଜରୁ ୪୨୩, ବାଲେଶ୍ୱରରୁ ୨୭୮,ପୁରୀ ୨୭୨, ଯାଜପୁରରୁ ୨୧୨, ଝାରସୁଗୁଡା ୨୧୯, ବଲାଙ୍ଗିର ୨୧୬, ଗଞ୍ଜାମ ୧୫୪, ଜଗତସିଂହପୁରରୁ ୧୪୨, କଳାହାଣ୍ଡି ୧୨୩, କେଉଁଝର ୧୦୯, କୋରାପୁଟ ୧୫୫, ନବରଙ୍ଗପୁର, ରାୟଗଡା ୧୩୦, ସୋନପୁର ୧୦୬, ନୟାଗଡ ୧୦୨, ନୂଆପଡା ୬. ଭଦ୍ରକ ୧୩୮, ବରଗଡ ୭୬, ଅନୁଗୁଳ ୪୬ ବୌଦ୍ଧ ୧୫, ଦେଓଗଡ ୧୮, ଢେଙ୍କାନାଳ ୫୦, ଗଜପତି ୮୨, କନ୍ଧମାଳ ୩୬, ମାଲାକାନଗିରି ୧୭ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.