ରାଜ୍ୟରେ ଅତି ଉଦବେଗଜନକ ସ୍ଥିତିରେ ଓମିକ୍ରନ୍‌

ଭୁବନେଶ୍ୱର, ଜାନୁଆରୀ ୧୩ : ରାଜ୍ୟରେ ଆଜି ୧୦ ହଜାର ପାର୍ କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ପୁଣି ଏକ ଓମିକ୍ରନ୍ ବିସ୍ଫୋରଣ ହୋଇ ଏକାଥରକରେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାକୁ ନେଇ ଏବେ ରାଜ୍ୟରେ ଅତି ଉଦବେଗଜନକ ସ୍ଥିତିରେ ରହିଛି କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ । ପୂର୍ବରୁ କେବଳ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍ ଜୋନ୍‌ରେ ରହିଥିବା ବେଳେ ଆଜି କଟକ ଓ ସମ୍ବଲପୁର ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ରେଡ୍ ଜୋନ୍‌ରେ ସାମିଲ ହୋଇଛି । ଗତ ସପ୍ତାହରେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଥିବା ବେଳେ ଆଜି ୧୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଟିପିଆର ବା ଟେଷ୍ଟ ପଜିଟିଭ୍ ରେଟ୍ ଏବେ ୧୧.୭୭ ପ୍ରତିଶତ ରହିଛି । ଯାହା ଅତି ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଅନ୍ୟପଟେ ରାଜ୍ୟରେ ଓମିକ୍ରନ୍ ସଙ୍କଟ ମଧ୍ୟ ସମାନ ଭାବରେ ଜଟିଳ କରିସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ଜିନୋମ୍ ସିକ୍ୱେନ୍ସ ପାଇଁ ପଠାଯାଉଥିବା ନମୁନାରୁ ଏବେ ସୁଦ୍ଧା ୧୮ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଯାହା ତୃତୀୟ ଲହରର ପିକ୍ ସମୟରେ ଆଉ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.