ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ

ସାଲେପୁର,୨୪/୦୨:  ବିଳମ୍ବିତ ରାତ୍ରିରେ ଭୟଭୟ ଅଗ୍ନିକାଣ୍ଡ  l ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲାର ସାଲେପୁରରେ । ସୂଚନାନୁସାରେ, ସାଲେପୁର ବ୍ଲକ ଭୀମଦାସପୁର  ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ଵାଳଙ୍କ ଗୁହାଳ ଘରେ ବୁଧବାର ରାତି ପ୍ରାୟ ସାଢେ ଦୁଇଟାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାରୁ ତିନୋଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ l ଗୁହାଳ ଘର  ସମତେ ଆଉ ଦୁଇ ଆଜବେଷ୍ଟସ ବଖରା ଘର ପୁରା ଜଳି ଭସ୍ମିଭୂତ ହୋଇଯାଇଛି  l ଖବର ପାଇ ସାଲେପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.