ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଇଡିର ବଡ ଖୁଲାସା

ମୁମ୍ବାଇ ୨୪।୦୨ : ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ପୁଣି ଥରେ ହୋଇଛି ବଡ ଖୁଲାସା। ସୁକେଶଙ୍କ ଟାର୍ଗେଟ୍‌ରେ କେବଳ ଜ୍ୟାକ୍‌ଲିନ୍‌, ନୋରା ନୁହନ୍ତି ବରଂ ବଲିଉଡର ଆଗଧାଡିର ଅନେକ ନାୟିକ ଅଛନ୍ତି। ଏହି ଅଭିନେତ୍ରୀଙ୍କ ମଧ୍ୟରେ ସାରା ଅଲ୍ଲି ଖାନ୍‌ ଓ ଜାହ୍ନବୀ କପୁରଙ୍କ ନାଁ ମଧ୍ୟ ସାମିଲ ଥିବା ନେଇ ଖୁଲାସା ହୋଇଛି। ଇଡି ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡିଛି କି, ସୁକେଶ ଚନ୍ଦ୍ର ଶେଖର ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ, ନୋରା ଫତେହିଙ୍କ ସମେତ ଅନ୍ୟ ତିନୋଟି ଅଭିନେତ୍ରୀକୁ ମଧ୍ୟ ନିଜ ଟାର୍ଗେଟରେ ରଖିଥିଲା। ଏଥିରେ ସାରା ଅଲ୍ଲି ଖାନ୍‌, ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କ ନାଁ ସାମିଲ ଥିଲା। ଇଡି ପଚରାଉଚରା ବେଳେ ସୁକେଶ ସାରା, ଜାହ୍ନବୀ ଏବଂ ଭୂମିଙ୍କ ନାଁ ନେଇଛି। ମେ’ ୨୦୨୧ରେ ସାରା ଅଲ୍ଲି ଖାନ୍‌ଙ୍କୁ ସୁକେଶ ଟାର୍ଗେଟ୍‌ କରିଥିଲା। ମେ’ ୨୧ ତାରିଖ ଦିନ ଅଭିନେତ୍ରୀ ସାରାଙ୍କୁ ହ୍ୱାଟସ୍‌ଆପ୍‌ ମେସେଜ ପଠାଇଥିଲା ସୁକେଶ। ଏହି ମେସେଜରେ ସୁକେଶ ନିଜକୁ ସୁରଜ ରେଡ୍ଡି ଭାବେ ପରିଚୟ ଦେଇଥିଲା। ଏହି ମେସେଜ ଜରିଆରେ ସୁକେଶ ପାରିବାରିକ ରୂପେ ଏକ କାର୍‌ ଉପହାର ସ୍ୱରୂପ ଦେବାକୁ ଚାହୁଁଥିବା ସାରାଙ୍କୁ କହିଥିଲା। ଏଥିସହ ସୁକେଶଙ୍କ ସିଇଓ ମିସେସ୍‌ ଇରାନୀ ତଥା  ବହୁଥର ସାରାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇ ପାରିନଥିଲା । ସୁକେଶ ଲଗାତର ସାରା ଅଲ୍ଲି ଖାନଙ୍କୁ ମେଜେସ କରିଥିଲା। ତାଙ୍କୁ ଦାମୀ ଗିଫ୍ଟ ମଧ୍ୟ ଅଫର କରିଥିଲା। ସାରା ଅଲ୍ଲି ଖାନ୍‌ଙ୍କୁ ଏବେ ଇଡି ଏହି ସବୁ ଗିଫ୍ଟକୁ ନେଇ ପଚରାଉଚରା କରିଛି। ସାରା ୧୪  ଜାନୁଆରୀ ୨୦୨୨ରେ ଇଡିକୁ ଏକ ଚିଠି ଲେଖି ପଠାଇଥିଲେ। ଏଥିରେ ସେ ସୁକେଶ ଠାରୁ କୌଣସି ବି ଗିଫ୍ଟ ନେବାକୁ ମନା କରିଥିବା ଉଲ୍ଲେଖ କରିଥିଲେ। ସୁକେଶ ଠାରୁ କେବଳ ଏକ ଚକୋଲେଟ୍‌ ବାକ୍ସ ପଠାଇବା ପାଇଁ କହିଥିଲେ। ଏହାପରେ ସୁକେଶ ଚକୋଲେଟ୍‌ ବାକ୍ସ ସହ ଫ୍ରାଙ୍କ ମଲର୍‌ କମ୍ପାନୀର ଏକ ଦାମୀ ଘଣ୍ଟା ମଧ୍ୟ ଦେଇଥିବା ନେଇ ସାରା ନିଜ ଚିଠିରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.