ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଖାରିଆରୋଡ୍‌ ଅଏଁଲାଯୁବା ଗାଁର ଜୟରାମ ମାଝୀ (୫୬ବ) ଓ ତାଙ୍କର ସ୍ତ୍ରୀ ଘୁନମତୀ ମାଝୀ (୫୦) ।

gpkandhamal

ସୂଚନା ଅନୁଯାୟୀ,  ଜୟରାମ ମାଝୀ  ଓ  ଘୁନମତୀ ମାଝୀ  ଆଜି ଏକ ବାଇକ‌୍ ଯୋଗେ କୋମନା ପଟକୁ ଆସୁଥିଲେ। ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ୍‌  ସେମାନଙ୍କ ଧକ୍କା ଦେଇଥିଲା। ଫଳରେ ଜୟରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତରବୋଡ଼ ପୁଲିସ ଘୁନମତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Umasankar Adv
Leave A Reply

Your email address will not be published.