କୋଣାର୍କ ଉତ୍ସବ- ୨୦୨୩ର ତୃତୀୟ ସନ୍ଧ୍ୟା, ବାଲୁକାକଳା ପ୍ରଦର୍ଶନ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ: ଭକ୍ତି ରସ ସହ ଭାବ ଓ ଆବେଗର ସମନ୍ୱୟରେ ସମର୍ପଣର ଭାବଧାରାକୁ ପରଶି ଦେଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ତ୍ରିୟା ନୃତ୍ୟ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ ମଣ୍ଡଳୀ । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ରୋଜାଲିନ୍‌ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ୱତୀ ବନ୍ଦନାକୁ ଉପସ୍ଥାପନ କରିଥିଲେ । ବୀଣା ଓ ପୁସ୍ତକ ଧାରଣ କରିଥିବା ବାକ୍‌ଦେବୀ ଅଜ୍ଞାନର ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକକୁ ବିସ୍ତାର କରିବାର ଚେତନାକୁ ମଞ୍ଚାୟିତ କରିଥିଲେ ଶିଳ୍ପୀ । ପରେ ପରେ ଜନ ସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥକୁ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ । ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗରେ ଶ୍ରୀ ଜଗନ୍ନାଥଙ୍କ ଅବତାର ସୃଷ୍ଟିକୁ ସୁରକ୍ଷା ଦେଇଛି । ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ଧ୍ୱଜା ଉଡ଼ାଇ ଆସିଛି । ପୌରାଣିକ ଆଖ୍ୟାନକୁ ନେଇ ନୃତ୍ୟ ସଂରଚନାଟି ଖୁବ୍‌ ଆକର୍ଷଣୀୟ ହୋଇଥିଲା ।

Leave A Reply

Your email address will not be published.